ଆଜି ନବରାତ୍ରୀର ୫ ମ ଦିନ ! ମା’ ସ୍କନ୍ଦମାତାଙ୍କ ପୂଜାରେ ନିମଗ୍ନ ସାରା ଜଗତ , ଜାଣନ୍ତୁ ଦେବୀ ମା’ଙ୍କ ପୌରାଣିକ ଗାଥା ସମ୍ବନ୍ଧରେ କିଛି ...

ଆଜି ନବରାତ୍ରୀର ୫ ମ ଦିନ ! ମା’ ସ୍କନ୍ଦମାତାଙ୍କ ପୂଜାରେ ନିମଗ୍ନ ସାରା ଜଗତ , ଜାଣନ୍ତୁ ଦେବୀ ମା’ଙ୍କ ପୌରାଣିକ ଗାଥା ସମ୍ବନ୍ଧରେ କିଛି ...

ନବରାତ୍ରୀର ୫ମ ଦିନରେ ମା’ ସ୍କନ୍ଦମାତାଙ୍କ ପୂଜା କରାଯାଏ । ଜଗତ୍ ଜନନୀ ମା’ ସ୍କନ୍ଦମାତା ସନ୍ତାନଙ୍କୁ ନିଜ ଛାୟା ତଳେ ଘଣ୍ଟ ଘୋଡାଇ ରଖିଥାନ୍ତି । ପାହାଡ଼ ଉପରେ ରହି ସାଂସାରିକ ଜୀବଙ୍କ ମଧ୍ୟରେ ନବଚେତନାର ନିର୍ମାଣ କରିଥିବା ମା’ ଙ୍କ ସାନ୍ନିଧ୍ୟରେ ଗଣ୍ଡମୁର୍ଖ ମଧ୍ୟ ଅଗାଢ୍ୟ ପାଣ୍ଡିତ୍ୟ ଅର୍ଜନ କରିଥାଏ । ସ୍କନ୍ଦକୁମାର କାର୍ତ୍ତିକେୟଙ୍କ ଜନନୀ ହୋଇଥିବାରୁ ମା’ଙ୍କ ନାଁ ସ୍କନ୍ଦମାତା ରହିଛି । ଭଗବାନ ସ୍କନ୍ଦ ଶିଶୁ ରୂପରେ ମା’ଙ୍କ ବିଗ୍ରହରେ ବିରାଜି ଥିଲେ । ଚର୍ତୁଭୁଜା ମା’ ଙ୍କ ଡାହାଣ ନିମ୍ନ ହସ୍ତରେ ଭଗବାନ ସ୍କନ୍ଦକୁ ଧରିଛନ୍ତି ଏବଂ ବାମ ନିମ୍ନ ହସ୍ତରେ ବରଦାନମୁଦ୍ରାରେ ରହିଛନ୍ତି । ଉପର ଦୁଇ ଭୁଜାରେ କମଳର ପୁଷ୍ପ ଧରିଛନ୍ତି । କମଳର ଆସନରେ ବିରାଜିଥିବାରୁ ମା’ଙ୍କ ନାଁ ପଦ୍ମାସନା ମଧ୍ୟ ରହିଛି ।

publive-image

ଦେବୀ ମା’ ଙ୍କ ବର୍ଣ୍ଣ ଶୁଭ୍ର ଏବଂ ବାହନ ସିଂହ । ମା’ଙ୍କ ଉପାସନାରେ ଭକ୍ତର ସବୁ ଅସମ୍ପୁର୍ଣ୍ଣ କାମ ସଂପୂର୍ଣ୍ଣ ହୋଇଯାଏ । ଭକ୍ତଙ୍କ ଉପରେ ମା’ଙ୍କ ଦୃଷ୍ଟି ପଡିଲେ ମୋକ୍ଷ ପ୍ରାପ୍ତ ହୁଏ । ସୂର୍ଯ୍ୟମଣ୍ଡଳର ଅଧିଷ୍ଠାତ୍ରୀ ଦେବୀ ହୋଇଥିବା କାରଣରୁ ମା’ଙ୍କ ଉପାସକ ଅଲୌକିକ ତେଜ ଏବଂ କାନ୍ତିମୟର ଉର୍ଜ୍ଜାରେ ରହିଥାନ୍ତି । ମନକୁ ଏକାଗ୍ର ଏବଂ ପବିତ୍ର ରଖି ଦେବୀ ମା’ଙ୍କ ଆରାଧନା କରୁଥିବା ସାଧକ କିମ୍ବା ଭକ୍ତଙ୍କୁ ଭବସାଗରର କଣ୍ଟକିତ ପଥରୁ ଉଦ୍ଧାର କରନ୍ତି ମା’ ଜଗଦମ୍ବା । ବିଦ୍ୱାନ ଏବଂ ସେବକଙ୍କୁ ସୃଷ୍ଟି କରୁଥିବା ମା’ ସ୍କନ୍ଦମାତା କାଳିଦାସଙ୍କ ଦ୍ୱାରା ରଚିତ ରଘୁବଂଶମ୍ ମହାକାବ୍ୟମ୍ ଏବଂ ମେଘଦୂତ ରଚନାର ସୂତ୍ରଧାର ଥିବା କଥା କୁହାଯାଏ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe