ରାଜ୍ୟ କ୍ୟାବିନେଟରେ ୧୬ଟି ପ୍ରସ୍ତାବକୁ ମୋହର । ମିଶନ ଶକ୍ତିକୁ ନୂଆ ବିଭାଗର ମାନ୍ୟତା ଦେବା ପ୍ରସ୍ତାବ ପାରିତ ।

308

କନକ ବ୍ୟୁରୋ: ରାଜ୍ୟ କ୍ୟାବିନେଟରେ ୧୬ଟି ପ୍ରସ୍ତାବ ଉପରେ ଲାଗିଲା ମୋହର । ମିଶନ ଶକ୍ତିକୁ ନୂଆ ବିଭାଗର ମାନ୍ୟତା ଦେବା ପ୍ରସ୍ତାବ ପାରିତ । ୧୦ଟି ମେଗା ଗ୍ରାମାଞ୍ଚଳ ପ୍ରକଳ୍ପକୁ ମଞ୍ଜୁରୀ । ଆଳି, ରାଜକନିକା, ଚିଲିକା, ଟାଙ୍ଗୀ, ବାଣପୁର, ଖୋର୍ଦ୍ଧା, ଜଟଣୀରେ ହେବ ପ୍ରକଳ୍ପ । ଗଦିଁଆ, ଭୁବନ, ଯାଜପୁର ଓ ବିଞ୍ଝାରପୁର ବ୍ଲକରେ ହେବ ପ୍ରକଳ୍ପ । ଏମ୍ସର ସାଟେଲାଇଟ ସେଣ୍ଟରକୁ ୨୫ ଏକର ଜାଗା ଦେବା ପ୍ରସ୍ତାବ ମଧ୍ୟ ପାରିତ । ବାଲେଶ୍ୱର ରେମୁଣାରେ ପ୍ରତିଷ୍ଠା ହେବ ସାଟେଲାଇଟ ସେଣ୍ଟର ।

ରାଜ୍ୟରେ ୨୦୦୧ ମସିହାରେ ମିଶନ ଶକ୍ତି ସ୍ଥାପନ ହୋଇଥିଲା । ଏବେ ରାଜ୍ୟରେ ୬ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀ ରହିଛି । ମିଶନ ଶକ୍ତିରେ ସଦସ୍ୟ ସଂଖ୍ୟା ୭୦ ଲକ୍ଷ । ୨୦୧୭ରେ ମିଶନ ଶକ୍ତି ପାଇଁ ସ୍ୱତନ୍ତ୍ର ନିର୍ଦ୍ଦେଶାଳୟ ତିଆରି ହୋଇଥିଲା । ଗତ ବର୍ଷ ମିଶନ ଶକ୍ତିକୁ ନୂଆ ବିଭାଗ କରିବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ।