କନକ ବ୍ୟୁରୋ: ପାଲେଷ୍ଟାଇନ୍ ଓ ଇସ୍ରାଏଲର ଯୁଦ୍ଧର ପରିଣାମ ବିଭିନ୍ନ ଦେଶରେ ଦେଖିବାକୁ ମିଳୁଛି । ପର୍ବରୁ ଜଣେ ଇସ୍ରାଏଲୀ ଯୁବତୀଙ୍କ ବୟଫ୍ରେଣ୍ଡଙ୍କୁ ଘର ମାଲିକ ଘରୁ ତଡିଦେଇଥିବାବେଳେ ଏବେ ଏହି ଯୁଦ୍ଧର ପରିଣାମ ୬ ବର୍ଷର ପୁଅ କ୍ଷେତ୍ରରେ ଦେଖିବାକୁ ମିଳିଛି । ଆମେରିକାର ଚିକାଗୋ ସହରରେ ୬ ବର୍ଷିୟ ମୁସଲ୍‌ମାନ୍‌ ବାଳକକୁ ୨୬ ଥର ଛୁରି ଭୁସି ହତ୍ୟା କରିଥିବା ଜଣେ ଆମେରିକୀୟ ଘର ମାଲିକଙ୍କୁ ରବିବାର ଦିନ ନରହତ୍ୟା ଓ ବର୍ଣ୍ଣବିଦ୍ୱେଷ ଅପରାଧରେ ଅଭିଯୁକ୍ତ କରାଯାଇଛି।

Advertisment

୭୧ ବର୍ଷିୟ ଘର ମାଲିକ ଜୋସେଫ୍ ଚୁବା ଜଣେ ୩୨ ବର୍ଷୀୟ ମହିଳା ଓ ଜଣେ ୬ ବର୍ଷିୟ ବାଳକକୁ ବହୁବାର ଛୁରି ମାରିଥିଲେ। ୨୬ ଥର ଛୁରି ଧାରୁଆ ଛୁରିର ଶିକାର ହୋଇଥିବା ପୁଅର ହସ୍ପିଟାଲରେ ମୃତ୍ୟୁ ହୋଇଥିବାବେଳେ ପୁଅର ମା’ ଗୁରୁତର ଅବସ୍ଥାରେ ଚିକିତ୍ସାଧିନ ଥିବା ଜଣାପଡିଛି ।