ସତ୍ୟେନ୍ଦ୍ର ଜୈନଙ୍କୁ ମିଳିଲା ଅନ୍ତରୀଣ ଜାମିନ୍ । ବାରମ୍ବାର ଅସୁସ୍ଥତା ପରେ ସୁପ୍ରିମକୋର୍ଟ ଦେଲେ ମଞ୍ଜୁରୀ

Advertisment
ସତ୍ୟେନ୍ଦ୍ର ଜୈନଙ୍କୁ ମିଳିଲା ଅନ୍ତରୀଣ ଜାମିନ୍ । ବାରମ୍ବାର ଅସୁସ୍ଥତା ପରେ ସୁପ୍ରିମକୋର୍ଟ ଦେଲେ ମଞ୍ଜୁରୀ

କନକ ବ୍ୟୁରୋ: ଚିକିତ୍ସା ପ୍ରତି ଦୃଷ୍ଟି ଦେଇ ଆଜି ସୁପ୍ରିମ୍‌ କୋର୍ଟ ଦିଲ୍ଲୀର ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ତଥା ‘ଆପ୍‌’ ନେତା ସତ୍ୟେନ୍ଦ୍ର ଜୈନ୍‌ଙ୍କୁ ‘ମନି ଲଣ୍ଡରିଙ୍ଗ୍‌’ ମାମଲାରେ ୬ ସପ୍ତାହ ପାଇଁ ମଧ୍ୟବର୍ତ୍ତୀକାଳୀନ ଜାମିନ ମଞ୍ଜୁର କରିଛନ୍ତି। ହେଲେ ଏହି ସମୟରେ ବିନା ଅନୁମତିରେ ସତ୍ୟେନ୍ଦ୍ର ଜୈନ୍‌ ଦିଲ୍ଲୀ ଛାଡ଼ି ଯାଇ ପାରିବେ ନାହିଁ କିଂବା ଗଣମାଧ୍ୟମରେ କୌଣସି ବିବୃତି ଦେଇପାରିବେ ନାହିଁ ବୋଲି ସୁପ୍ରିମ୍‌ କୋର୍ଟ ନିର୍ଦେଶ ଦେଇଛନ୍ତି।

ସୁପ୍ରିମ୍‌ କୋର୍ଟ କହିଛନ୍ତି, ସ୍ୱାସ୍ଥ୍ୟଗତ କାରଣରୁ ସତ୍ୟେନ୍ଦ୍ରଙ୍କ ମଧ୍ୟବର୍ତ୍ତିକାଳୀନ ଜାମିନ କଥା ବିଚାର କରାଯାଇଛି ଏବଂ ତାଙ୍କ ପସନ୍ଦ ଅନୁସାରେ ଘରୋଇ ଡାକ୍ତରଖାନାରେ ଚିକିତ୍ସା ନିମନ୍ତେ ୬ ସପ୍ତାହ ଜାମିନ ମଞ୍ଜୁର କରାଯାଇଛି । ଡାକ୍ତରୀ ଚିକିତ୍ସା ପାଇଁ ତାଙ୍କୁ ଜେଲରୁ ମୁକ୍ତ କରାଯାଇଛି । କିନ୍ତୁ, ତାଙ୍କ ପ୍ରତି ଟ୍ରାଏଲ୍‌ କୋର୍ଟ ଲାଗୁ କରିଥିବା ସର୍ତ୍ତାବଳି ବଳବତ୍ତର ରହିବ ଏବଂ ସେ କୌତଣସି ସାକ୍ଷୀଙ୍କୁ ପ୍ରଭାବିତ କରିପାରିବେ ନାହିଁ କି, ଭେଟି ପାରିବେ ନାହିଁ। ଏହି ଆଦେଶ ଜୁଲାଇ ୧୧ ତାରିଖ ପର୍ୟ୍ୟନ୍ତ କାଏମ ରହିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe