କରୋନା ନେଲା ଆଉ ୬ ଜୀବନ । ଗଞ୍ଜାମରୁ ୩, ରାୟଗଡା, ଭଦ୍ରକ, ଗଜପତିରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ । ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ୧୨୦କୁ ବୃଦ୍ଧି । 

241

କନକ ବ୍ୟୁରୋ : ଗତ ୨୪ ଘଂଟାରେ ରାଜ୍ୟରେ କରୋନା ସଂକ୍ରମଣରେ ୬ ଜଣଙ୍କ ମୃତ୍ୟୁ ହୋଇଛି । ଗଂଜାମ ଜିଲ୍ଲାରୁ ୩, ଭଦ୍ରକ, ଗଜପତି ଏବଂ ରାୟଗଡାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ମୃତ୍ୟୁ ସଂଖ୍ୟା ୧୧୪ରେ ପହଁଚିଛି । ଗତ ୨୪ ଘଂଟାରେ ଗଂଜାମ ଜିଲ୍ଲାର ଜଣେ ୪୪ ବର୍ଷୀୟ ପୁରୁଷ, ୫୯ ବର୍ଷୀୟ ମହିଳା ଏବଂ ୫୦ ବର୍ଷୀୟ ମହିଳା ରହିଛନ୍ତି । ସେହିପରି ରାୟଗଡା ଜିଲ୍ଲାର ୭୧ ବର୍ଷୀୟ ଜଣେ ପୁରୁଷ , ଭଦ୍ରକ ଜିଲ୍ଲାର ଜଣେ ୬୦ ବର୍ଷୀୟ ପୁରୁଷଙ୍କ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ମୃତ୍ୟୁ ସଂଖ୍ୟା ୧୧୪ କୁ ବୃଦ୍ଧି ହୋଇଛି । ୭୦ ଜଣଙ୍କ ମୃତ୍ୟୁ ସହିତ କରୋନା ମୃତ୍ୟୁ ସଂଖ୍ୟା ଶୀର୍ଷରେ ରହିଛି ଗଂଜାମ ଜିଲ୍ଲା ।