କନକ ବ୍ୟୁରୋ: ପ୍ରାଥମିକ କୃଷି ସମବାୟ ସମିତିରେ ଧାନକିଣାରେ ଅନିୟମିତତା । କାର୍ଯ୍ୟରେ ଗୁରୁତର ଅବହେଳା ଓ ମାର୍ଗଦର୍ଶିକାର ଉଲ୍ଲଂଘନ ଅଭିଯୋଗରେ ବରଗଡ଼ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ଅଧୀନସ୍ଥ ପ୍ୟାକ୍ସର ୬ ଜଣ ସଂପାଦକ ଓ ଜଣେ କ୍ଲର୍କ ନିଲମ୍ବିତ । ତାଙ୍କ ସହିତ ୩ ଜଣ ଭାରପ୍ରାପ୍ତ ଡାଟାଏଣ୍ଟି୍ର ଅପରେଟରଙ୍କୁ କାର୍ଯ୍ୟରୁ ବହିଷ୍କାର କରାଯାଇଛି । ନିଲମ୍ବନ ଆଦେଶ ତୁରନ୍ତ କାର୍ଯ୍ୟକାରୀ କରାଯାଇଛିା ରାଜ୍ୟ ଏନ୍ଫୋର୍ସମେଣ୍ଟ ସ୍କ୍ୱାଡ୍ ଦ୍ୱାରା ଅଭିଯୋଗର ତଦନ୍ତ ରିପୋର୍ଟ ଅନୁସାରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛିା
ନିଲମ୍ବିତ ହୋଇଥିବା କର୍ମଚାରୀମାନେ ହେଲେ ଭେଡେନ ପ୍ରାଥମିକ କୃଷି ସମବାୟ ସମିତିର ସଂପାଦକ ରବୀନ୍ଦ୍ର କୁମାର ଦାଶ, କାନସିଂଘା ପ୍ୟାକ୍ସର ଭାରପ୍ରାପ୍ତ ସଂପାଦକ କାନ୍ତିଲାଲ ଭୋଇ, ଏମ୍.ଶ୍ରୀଗିଡ଼ା ପ୍ୟାକ୍ସର ସଂପାଦକ ନିର୍ମଳ କୁମାର ଜେନା, ରେମୁଣ୍ଡା ପ୍ୟାକ୍ସର ସଂପାଦକ ଶଶିଭୂଷଣ ସାହୁ, ଗାଇସିଲଟ ପ୍ୟାକ୍ସର ଭାରପ୍ରାପ୍ତ ସଂପାଦକ ଘନଶ୍ୟାମ ସାହୁ ଓ କୁମ୍ଭାରୀ ପ୍ୟାକ୍ସର ସଂପାଦକ ଗୌରଚନ୍ଦ୍ର ବୁଧିଆ ।
ସେହିପରି କାନସିଂଘା ପିପିସିର ଭାରପ୍ରାପ୍ତ ଡାଟାଏଣ୍ଟି୍ର ଅପରେଟର ସନ୍ଦୀପ ସାହୁ, ବୁରୋମୁଣ୍ଡା ପିପିସି ଭାରପ୍ରାପ୍ତ ଡିଇଓ ଲିଲୁ ଭୋଇ ଏବଂ ଚାଣ୍ଟିପାଲି ପିପିସିର ଭାରପ୍ରାପ୍ତ ଡାଟା ଏଣ୍ଟି୍ର ଅପରେଟର ପ୍ରେମାନନ୍ଦ ସାହୁଙ୍କୁ ତାଙ୍କ କାର୍ଯ୍ୟରୁ ବହିଷ୍କାର କରାଯାଇଥିବାବେଳେ ଏମ୍.ଶ୍ରୀଗିଡ଼ା ପ୍ୟାକ୍ସର କ୍ଲର୍କ ତଥା ପର୍ଚେଜ ଅଫିସର ଦିନେଶ କୁମାର ବାରିକଙ୍କୁ ନିଲମ୍ବନ କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2020/11/Paddy-in-Mandi.869x568.jpg)