କନକ ବ୍ୟୁରୋ: ଫସିଛନ୍ତି ଓଡିଆ ପର୍ବତାରୋହୀ । ହିମାଳୟରେ ପର୍ବତ ଆରୋହଣ ପାଇଁ ଯାଇଥିବା ୬ ଓଡିଆ ପ୍ରତିକୂଳ ପାଗର ଶୀକାର ହୋଇଛନ୍ତି । ଲେହ ଓ ଲଦାଖର ଷ୍ଟକ ଆଂଗ୍ରି ଏକ୍ସପିଡିସନ ବେଳେ ଘଟିଛି ଏଭଳି ଅଘଟଣା । ସମୁଦ୍ର ପତନଠାରୁ ୧୯ ହଜାର ଫୁଟ ଉଚ୍ଚରେ ପର୍ବତ ଆରୋହଣ ବେଳେ ସମସ୍ତେ ଅସୁସ୍ଥ ହୋଇପଡିଥିଲେ । ଏହା ପରେ ପୂରା ଟିମ ପର୍ବତ ଉପରୁ ତଳ କ୍ୟାମ୍ପକୁ ଖସିଆସିଛନ୍ତି । ଓଡିଶାର ୟୋଗବ୍ୟାସ ଭୋଇଙ୍କ ସହ ଏହି ଟିମ ପର୍ବତାରୋହଣ ପାଇଁ ଯାଇଥିଲା ।