କନକ ବୁରୋ : ଦୀର୍ଘ ୬ ମାସ ପରେ ଖୋଲିଲା ବିଶ୍ୱ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର । କେନ୍ଦ୍ର ସରକାରଙ୍କ ଗାଇଡଲାଇନ୍ ଅନୁସାରେ ଖୋଲିଲା ସୂର୍ଯ୍ୟମନ୍ଦିର । କରୋନା କଟକଣା କାରଣରୁ ଏହି ଐତିହାସିକ ପର୍ଯ୍ୟଟନ ସ୍ଥଳ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିଥିଲା । କୋଣାର୍କ ସୂର୍ଯ୍ୟ ମନ୍ଦିର ଆଜି ସକାଳ ୬ଟା ସମୟରେ ଖୋଲିଛି । ମନ୍ଦିର ଖୋଲିଥିଲେ ମଧ୍ୟ ପର୍ଯ୍ୟଟକଙ୍କୁ ସୂର୍ଯ୍ୟ ମନ୍ଦିର ପରିଦର୍ଶନ ପାଇଁ କରୋନା କଟକଣାକୁ ପାଳନ କରିବାକୁ ପଡିବ ।/kanak/media/post_attachments/wp-content/uploads/2020/03/konark-temple-one-of-the-finest-religious-monuments-in-india-300x225.jpg)
ପର୍ଯ୍ୟଟକଙ୍କ ମଧ୍ୟରେ ସାମାଜିକ ଦୂରତା , ମାସ୍କ ପିନ୍ଧିବା ବାଧ୍ୟତାମୂଳକ , ଏକକାଳୀନ ୧୦୦ ପର୍ଯ୍ୟଟକଙ୍କୁ ପ୍ରବେଶ ଅନୁମତି ରହିବ । ୧୦୦ରୁ ଅଧିକ ପର୍ଯ୍ୟଟକଙ୍କୁ ସୂର୍ଯ୍ୟ ମନ୍ଦିର ପ୍ରବେଶ ଅନୁମତି ମିଳିବନି ବୋଲି କୁହାଯାଇଛି । ଏନେଇ ସ୍ପଷ୍ଟ କରିଛନ୍ତି କୋଣାର୍କ ସୂର୍ଯ୍ୟମନ୍ଦିର କର୍ତୃପକ୍ଷ ।
Follow Us