୬ ମାସ ପରେ ଖୋଲିଲା ବିଶ୍ୱ ଐତିହ୍ୟ କୋଣାର୍କର ସୂର୍ଯ୍ୟ ମନ୍ଦିର : ଏକକାଳୀନ ମନ୍ଦିର ଭିତରେ ପ୍ରବେଶ କରିପାରିବେନି ଶହେରୁ ଅଧିକ ପର୍ଯ୍ୟଟକ; ପାଳବ କରିବେ କୋଭିଡ ନିୟମ

501

କନକ ବୁରୋ : ଦୀର୍ଘ ୬ ମାସ ପରେ ଖୋଲିଲା ବିଶ୍ୱ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର । କେନ୍ଦ୍ର ସରକାରଙ୍କ ଗାଇଡଲାଇନ୍ ଅନୁସାରେ ଖୋଲିଲା ସୂର୍ଯ୍ୟମନ୍ଦିର । କରୋନା କଟକଣା କାରଣରୁ ଏହି ଐତିହାସିକ ପର୍ଯ୍ୟଟନ ସ୍ଥଳ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିଥିଲା । କୋଣାର୍କ ସୂର୍ଯ୍ୟ ମନ୍ଦିର ଆଜି ସକାଳ ୬ଟା ସମୟରେ ଖୋଲିଛି । ମନ୍ଦିର ଖୋଲିଥିଲେ ମଧ୍ୟ ପର୍ଯ୍ୟଟକଙ୍କୁ ସୂର୍ଯ୍ୟ ମନ୍ଦିର ପରିଦର୍ଶନ ପାଇଁ କରୋନା କଟକଣାକୁ ପାଳନ କରିବାକୁ ପଡିବ ।

ପର୍ଯ୍ୟଟକଙ୍କ ମଧ୍ୟରେ ସାମାଜିକ ଦୂରତା , ମାସ୍କ ପିନ୍ଧିବା ବାଧ୍ୟତାମୂଳକ , ଏକକାଳୀନ ୧୦୦ ପର୍ଯ୍ୟଟକଙ୍କୁ ପ୍ରବେଶ ଅନୁମତି ରହିବ । ୧୦୦ରୁ ଅଧିକ ପର୍ଯ୍ୟଟକଙ୍କୁ ସୂର୍ଯ୍ୟ ମନ୍ଦିର ପ୍ରବେଶ ଅନୁମତି ମିଳିବନି ବୋଲି କୁହାଯାଇଛି । ଏନେଇ ସ୍ପଷ୍ଟ କରିଛନ୍ତି କୋଣାର୍କ ସୂର୍ଯ୍ୟମନ୍ଦିର କର୍ତୃପକ୍ଷ ।

Comments are closed.