କମ୍ବିଂ ବେଳେ ଯବାନଙ୍କୁ ସଫଳତା । ଛତିଶଗଡ଼ ସୀମାରୁ ୬ ମାଓବାଦୀ ଗିରଫ, ବିପୁଳ ମାଓ ସାମଗ୍ରୀ ଜବତ ।

140

କନକ ବ୍ୟୁରୋ: କମ୍ବିଂ ବେଳେ ଯବାନଙ୍କୁ ସଫଳତା । ୬ ମାଓବାଦୀ ଗିରଫ, ବିପୁଳ ମାଓ ସାମଗ୍ରୀ ଜବତ । ଓଡ଼ିଶା ଛତିଶଗଡ଼ ସୀମାରୁ ମାଓବାଦୀଙ୍କ କ୍ୟାମ୍ପ ଠାବ ହୋଇଛି । ସୁକମା ଜିଲ୍ଲାରୁ ବିପୁଳ ପରିମାଣର ବିସ୍ଫୋରକ ଜବତ କରାଯାଇଛି । ଏହା ସହ ଡିଟୋନେଟର ଓ ୟୁବିଜିଏଲ୍ ସେଲ୍ ମଧ୍ୟ ଜବତ କରାଯାଇଛି । କିଷ୍ଟରାମ ଥାନା ଡର୍ଚ୍ଚାମର୍କା ଅଂଚଳରୁ ଏସବୁ ମାଓ ସାମଗ୍ରୀ ଜବତ ହୋଇଥିବା ବେଳେ କେରଲାପାଲ ଜଙ୍ଗଲରୁ ୬ ଜଣ ମାଓବାଦୀଙ୍କୁ ଗିରଫ କରାଯାଇଛି ।