ରାଜସ୍ଥାନ ଜାଲୋରରେ ଯାତ୍ରୀବାହୀ ବସରେ ଭୟଙ୍କର ଅଗ୍ନୀକାଣ୍ଡ: ବିଦ୍ୟୁତ୍ ତାର ଲାଗିବା ପରେ ଜଳିଗଲା ବସ୍; ଘଟଣାସ୍ଥଳରେ ୭ ଯାତ୍ରୀ ଜୀବନ୍ତଦଗ୍ଧ, ୧୩ରୁ ଅଧିକ ଗୁରୁତର

76

କନକ ବ୍ୟୁରୋ: ଶନିବାର ରାତିରେ ରାଜସ୍ଥାନର ଜାଲୋର୍ ଜିଲ୍ଲା ଅନ୍ତର୍ଗତ ମହେଶପୁରରେ ବିଜୁଳି ତାର ସଂସ୍ପର୍ଶ ଆସି ଗୋଟାଏ ବସ୍ରେ ନିଆଁ ଲାଗିଯିବାରୁ ୭ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ଓ ୧୩ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି।

ଗତକାଲି ରାତି ପ୍ରାୟ ୧୦.୩୦ରେ ଘଟଣାଟି ଘଟିଥିବା କଥା ଜାଲୋର୍ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଚଗନ ଲାଲ୍ ଗୋୟଲ୍ କହିଛନ୍ତି। ଘଟଣାସ୍ଥଳରେ ବସର ଡ୍ରାଇଭର୍ ଓ କଣ୍ଡକ୍ଟର୍‌ଙ୍କର ମୃତ୍ୟୁ ଘଟିଥିବା ବେଳେ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ସମୟରେ ଆଉ ୪ଜଣଙ୍କର ମୃତ୍ୟୁ ଘଟିଥିଲା।

ଗୋୟଲ କହିଛନ୍ତି, ଆହତଙ୍କ ମଧ୍ୟରୁ ସାତଜଣଙ୍କୁ ଯୋଧପୁର ହସ୍ପିଟାଲ୍କୁ ସ୍ଥାନାନ୍ତର କରାଯାଇଛି। କିନ୍ତୁ, ଘଟଣାସ୍ଥଳରେ ଡ୍ରାଇଭର୍ ଓ କଣ୍ଡକ୍ଟର୍ଙ୍କର ମୃତ୍ୟୁ ଘଟିଛି। ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ଆଉ ୪ଜଣଙ୍କର ମୃତ୍ୟୁ ଘଟିଛି।