କନକ ବ୍ୟୁରୋ: ଓଡ଼ିଶାରେ କରୋନା ବେଲଗାମ ଭାବେ ବଢ଼ି ଚାଲିଛି। ଗତ ୨୪ ଘଣ୍ଟା ଭିତରେ ୬୭୩ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୮ ହଜାର ଟପିଯାଇଛି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୪୪୬ ଜଣ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିଲା ବେଳେ ୨୨୭ ଲୋକାଲ୍ କେସ୍ ରହିଛି। ଏହାସହିତ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୮ ହଜାର ୧୧୦କୁ ବୃଦ୍ଧି ପାଇଛି ।

Advertisment

ଅନ୍ୟପଟେ, ପ୍ରତି ଦିନ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟଣା ସବୁଠାରୁ ଚିନ୍ତାଜନକ ବିଷୟ ହୋଇଛି। ସବୁଦିନେ କରୋନାରେ ମୁଣ୍ଡ ଗଡ଼ିବାରେ ଲାଗିଛି। ଗତ ୨୪ ଘଣ୍ଟା ଭିତରେ ୬ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏହି ୬ଜଣଙ୍କ ମଧ୍ୟରୁ କେବଳ ୫ ଜଣ ଗଞ୍ଜାମ ଜିଲ୍ଲାର ହୋଇଥିବା ବେଳେ ଗଜପତିରୁ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଫଳରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୯୭ରେ ପହଞ୍ଚିଛି। ଏଥି ସହିତ ଗଂଜାମରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫୯କୁ ବୃଦ୍ଧି ପାଇଛି ।

ଲଗାତର ଭାବେ ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ସର୍ବାଧିକ ରହିଛି। ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କେବଳ ଗଞ୍ଜାମ ଜିଲ୍ଲାରେ ୨୩୯ ଜଣ ଅଛନ୍ତି। ସେହିପରି ଖୋର୍ଦ୍ଧାରୁ ୫୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜଗତସିଂହପୁରରୁ ୩୬, ଗଜପତିରୁ୧୫, କୋରାପୁଟରୁ ୪୧, କଟକରୁ ୩୨, ବାଲେଶ୍ୱରର ୧୩, ମାଲକାନଗିରିରୁ ୪, ମୟୂରଭଂଜରୁ ୧, ଯାଜପୁରରୁ ୨୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୟାଗଡରୁ ୪, ପୁରୀରୁ ୪, ଅନୁଗୁଳରୁ ୪ ଜଣ ପଟିଜିଭ୍ ଆସିଛନ୍ତି । ସେହିପରି ବରଗଡରୁ ୨୨, ଭଦ୍ରକରୁ ୫୮, ଢେଙ୍କାନାଳରୁ ୧୦, ଝାରସୁଗୁଡାରୁ ୧୪, କନ୍ଧାମାଳରୁ ୪୪, କେନ୍ଦ୍ରାପଡାରୁ ୪, କେନ୍ଦୁଝରରୁ ୨୪, ସମ୍ବଲପୁରରୁ ୩, ସୋନପୁରରୁ ୪ ଏବଂ ସୁନ୍ଦରଗଡରୁ ୧୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।