କନକ ବ୍ୟୁରୋ: ରାଜ୍ୟରେ ୧୦୦ ଟପିଲା କରୋନା ମୃତ୍ୟୁ ସଂଖ୍ୟା । ଗତ ୨୪ ଘଂଟାରେ ରାଜ୍ୟରେ କରୋନା ଭୂତାଣୁ ସଂକ୍ରମଣରେ ୬ ଜଣଙ୍କ ମୃତ୍ୟୁ ହୋଇଛି । କଟକ, ଜଗତସିଂହପୁର, ଗଜପତି, ରାୟଗଡା, ଖୋର୍ଧା ଏବଂ କେନ୍ଦ୍ରାପଡାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ମୃତ୍ୟୁ ସଂଖ୍ୟା ୧୦୩କୁ ବୃଦ୍ଧି ହୋଇଛି ।
Regret to report the demise of two Covid positive patients due to other causes.
1. A 40-year old female of Sundargarh district due to Cancer of Ovary, Hyperkalemia and Acute Kidney Injury.
2. A 46-year old female of Puri district due to Cancer of Lungs.
— H & FW Dept Odisha (@HFWOdisha) July 21, 2020
ଅନ୍ୟପଟେ, ରାଜ୍ୟରେ ଆଜି ଆଉ ୬୪୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧ କେନ୍ଦ୍ରରୁ ୪୩୧ ଓ ଲୋକାଲ କଂଟାକ୍ଟ କେସ ୨୧୬ । ମୋଟ ୨୩ ଜିଲ୍ଲାରୁ ୬୪୭ ସଂକ୍ରମିତ ଚିହ୍ନଟ ହୋଇଥିବା ଟୁଇଟ କରି ସୂଚନା ଦେଇଛନ୍ତି ରାଜ୍ୟ ସରକାର । ଗଂଜାମରୁ ସର୍ବାଧିକ ୨୨୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ୬୮, କଟକରୁ ୮୪, ବାଲେଶ୍ୱରରୁ ୪୦, ଅନୁଗୁଳରୁ ୩୭, ରାୟଗଡାରୁ ୪୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କୋରାପୁଟରୁ ୨୮, ସୁନ୍ଦରଗଡରୁ ୨୨, ଢେଙ୍କାନାଳ, ସଂବଲପୁର ଓ ମାଲକାନଗିରିରୁ ୧୦ ଜଣ ଲେଖାଏଁ , ଭଦ୍ରକରୁ ୧୨, ଜଗତସିଂହପୁରରୁ ୭, କେନ୍ଦୁଝରରୁ ୮, ବଲାଙ୍ଗିର ଓ କନ୍ଧମାଳରୁ ୫, ନୟାଗଡ ଓ ବରଗଡରୁ ୪ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
Covid-19 Report For 20th July
New Positive Cases: 647
In Quarantine: 431
Local Contacts: 216(Details of local contacts will be shared by concerned District Administration)
District Wise Cases
1. Angul: 37
2. Balasore: 40
3. Bargarh: 04
4. Bhadrak: 12
5. Bolangir: 5— I & PR Department, Odisha (@IPR_Odisha) July 21, 2020
ନବରଙ୍ଗପୁର, ଯାଜପୁରରୁ ୨ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୬୪୭ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତ ସଂଖ୍ୟା ୧୮ ହଜାର ୭୫୭କୁ ବୃଦ୍ଧି ହୋଇଛି । ଏବେ ରାଜ୍ୟରେ ଆକ୍ଟିଭ୍ ମାମଲା ସଂଖ୍ୟା ୫ ହଜାର ୭୧୫ ରହିଛି । ଗତ ୨୪ ଘଂଟାରେ ରାଜ୍ୟରେ ୪୫୭ ଜଣ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ସୁସ୍ଥ ସଂଖ୍ୟା ୧୨ ହଜାର ୯୦୯କୁ ବୃଦ୍ଧି ହୋଇଛି ।