କନକ ବ୍ୟୁରୋ: ନନ୍ଦନକାନନ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ରୋପୱେ ଅନ୍ୟତମ ଆକର୍ଷଣ ହୋଇଥିବା ବେଳେ ମଙ୍ଗଳବାର ଚିନ୍ତାଜନକ ଦୃଶ୍ୟ ଦେଖିବାକୁ ମିଳିଥିଲା । ରୋପୱେ ହଠାତ୍ ଅତ୍ୟଧିକ ଝୁଲିପଡ଼ିବାରୁ ସେଥିରେ ଲାଗିଥିବା ୬ଟି କେବିନ ହ୍ରଦ ପାଣି ଭିତରକୁ ଖସିପଡ଼ିଥିଲା । ସୌଭାଗ୍ୟବଶତଃ ସେତେବେଳେ ସେହି କେବିନ ଗୁଡ଼ିକରେ କୌଣସି ପର୍ଯ୍ୟଟକ ନଥିଲେ । ଫଳରେ ବଡ଼ ଧରଣର ଅଘଟଣ ବର୍ତ୍ତିଯାଇଛି । ଯାନ୍ତ୍ରିକ ତ୍ରୁଟି ଯୋଗୁଁ ରୋପୱେ ତଳକୁ ଝୁଲିପଡ଼ିଥିବା କୁହାଯାଉଥିବା ବେଳେ ନନ୍ଦନକାନନ କର୍ତୃପକ୍ଷ ଏହାକୁ ଖଣ୍ଡନ କରିଛନ୍ତି । ନିୟମିତ ବ୍ୟବଧାନରେ ହେଉଥିବା ମରାମତି କାମ କରାଯାଉଥିବା କହିଛନ୍ତି ନନ୍ଦନକାନନ କର୍ତୃପକ୍ଷ ।
ପାଣି ଭିତରକୁ ଖସି ପଡିଲା ରୋପୱେର ୬ଟି କେବିନ୍ । ବଡ ଦୁର୍ଘଟଣାରୁ ବଞ୍ଚିଗଲେ ପର୍ଯ୍ୟଟକ ।
/kanak/media/post_attachments/wp-content/uploads/2024/03/Screen-Shot-2024-03-20-at-8.18.45-AM.png)