ଚାରି-ଚକିଆ ଯାନରେ ୬ଟି ଏୟାରବ୍ୟାଗ ହେଲା ବାଧ୍ୟତାମୂଳକ । ୨୦୨୩ ଅକ୍ଟୋବର ୧ରୁ ଲାଗୁ ହେବ ନିୟମ

114

କନକ ବ୍ୟୁରୋ : ଦେଶରେ ସଡକ ଦୁର୍ଘଟଣାରେ ମୃୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବା ପରେ ସଜାଗ ହୋଇଛନ୍ତି କେନ୍ଦ୍ର ସରକାର । ବିଶେଷ କରି ହାଇଫ୍ରୋଫାଇଲ ବ୍ୟକ୍ତିଙ୍କ ମୃତ୍ୟୁ ପରେ ସଡକ ସୁରକ୍ଷା ଉପରେ ବିଶେଷ ଧ୍ୟାନ ଦେଉଛନ୍ତି ସରକାର । ଚର୍ଚ୍ଚା ହେଉଥିଲା କି ଖୁବ ଶିଘ୍ର ଚାରି ଚକିଆ ଯାନରେ ୬ଟି ଏୟାରବ୍ୟାଗ ବାଧ୍ୟତାମୂଳ କରାଯିବ । କିନ୍ତୁ ତାଜା ସୂଚନା ଅନୁସାରେ ଏହି ନିୟମ କଡ଼ାକଡ଼ି ଭାବେ ୧ଅକ୍ଟୋବର ୨୦୨୩ରୁ ଲାଗୁ କରାଯିବ । ଏନେଇ ସଡକ ପରିବହନମନ୍ତ୍ରୀ ନୀତିନ ଗଡକରୀ ଗୁରୁବାର ଘୋଷଣା କରିଛନ୍ତି । ତେବେ ଏହି ନିୟମ ମୁଖ୍ୟତଭାବେ ଏମ-ୱାନ ଶ୍ରେଣୀ ଯାନ ପାଇଁ ଲାଗୁ ହେବ । ଏମ-ୱାନ ହେଉଛି ସେହି ଗାଡି ଯାହାର ଓଜନ ୩.୫ ଟନରୁ କମ ଥିବ ଓ ଏଥିରେ ୮ଜଣ ବସିବା ପାଇଁ ସୁବିଧା ଥିବ । ଚଳିତବର୍ଷରୁ ସମସ୍ତ ଯାନ ପାଇଁ ଡବଲ ଏୟାରବ୍ୟାଗ ବାଧ୍ୟତାମୂଳକ କରାଯାଇଛି ।