କନକ ବ୍ୟୁରୋ : ୨୦୨୪ରେ ଭାରତୀୟ ସେନାରେ ବଡ ପରିବର୍ତନ ହୋଇପାରେ । ସ୍ଥଳସେନାରେ ଅତ୍ୟାଧୁନିକ ଜ୍ଞାନକୌଶଳ ଓ ଉପକରଣ ସାମିଲ ହେବ । ବୈଷୟିକ ଜ୍ଞାନକୌଶଳକୁ ପ୍ରାଧ୍ୟାନ୍ୟ ଦିଆଯିବ । ଚୀନ ଓ ପାକିସ୍ତାନ ସହ ଭାରତର ସୀମା ବିବାଦ ଜାରି ଭିତରେ ସ୍ଥଳସେନା ମୁଖ୍ୟଙ୍କ ବଡ ବୟାନ ସାମ୍ନାକୁ ଆସିଛି । ଜେନେରାଲ ମନୋଜ ପାଣ୍ଡେ କହିଛନ୍ତି ଉତରସୀମାରେ ସ୍ଥିତି ସ୍ଥିର ରହିଛି ତଥାପି କିଛି ସ୍ଥାନ ସମ୍ବେଦନଶୀଳ ରହିଛି । ସ୍ଥିତିକୁ ଦୃଷ୍ଟିରେ ରଖି ସୁରକ୍ଷା ବଢ଼ାଯାଇଛି । ସୀମାରେ ଉତେଜନା ହ୍ରାସ ଓ ସ୍ଥିରତା ବଜାୟ ରଖିବା ପାଇଁ ଭାରତ ଉଭୟ ସାମରିକ ଓ କୁଟନୀତିସ୍ତରରେ ପ୍ରୟାସ କରୁଛି ଭାରତ । ସେପଟେ ଏଲଏସିରେ ଚୀନ ସହ ଚାଲିଥିବା ବିବାଦ ଉପରେ ପ୍ରତିକ୍ରିୟା ରଖି ସ୍ଥଳସେନା ମୁଖ୍ୟ କହିଛନ୍ତି ଭାରତୀୟ ସେନା ଉଚ୍ଚସ୍ତରୀୟ ପ୍ରସ୍ତୁତି ସହ ସକ୍ରିୟ ରହିଛି । ପର୍ଯ୍ୟାପ୍ତ ପରମରିମାଣରେ ସେନାକୁ ମୁତୟନ କରାଯାଇଛି । ଏଥିସହ କାଶ୍ମୀରରେ ଆତଙ୍କବାଦୀ ଘଟଣା ପୂର୍ବ ଅପେକ୍ଷା କମ ରହିଛି । ସୁରକ୍ଷା କଡ଼ାକଡ଼ି କରାଯାଇଛି । କିଛି ବିରୋଧୀ ତତ୍ୱ ଆତଙ୍କବାଦକୁ ପ୍ରୋତ୍ସାହିତ କରୁଛନ୍ତି । ସେନା ଅନୁପ୍ରବେଶ ରୋକିବାକୁ ସଫଳ ହେଉଛି ।
ସୀମା ସୁରକ୍ଷାକୁ ନେଇ ସ୍ଥଳସେନା ମୁଖ୍ୟଙ୍କ ବଡ ବୟାନ । ଜେନେରାଲ ମନୋଜ ପାଣ୍ଡେଙ୍କ ସୂଚନା, ଉତର ସୀମାରେ ସ୍ଥିତି ସ୍ଥିର ଥିଲେ ବି ସମ୍ବେଦନଶୀଳ ରହିଛି ଅନେକ ସ୍ଥାନ
/kanak/media/post_attachments/wp-content/uploads/2024/01/30-7.jpg)