ମଣିପୁରରେ ସୁଧୁରୁଛି ସ୍ଥିତି, ଟ୍ରାକକୁ ଫେରୁଛି ଜୀବନ: ଖାଦ୍ୟଅଭାବ ଆଶଙ୍କା ଭିତରେ ବଢିଲା ପେଟ୍ରୋଲ ଓ ଡିଜେଲ ଦର

114

କନକ ବ୍ୟୁରୋ: ୬ଦିନର ହିଂସା ପରେ କ୍ରମଶ ଟ୍ରାକକୁ ଫେରୁଛି ମଣିପୁର । ସୋମବାର କିଛି ସମୟ ପାଇଁ କଫ୍ୟୁକୁ କୋହଳ କରାଯାଇଛି । ଅତ୍ୟାବଶକୀୟ ସାମଗ୍ରୀ ପାଇଁ ଘରୁ ବାହାରକୁ ଅ।।ସିଛନ୍ତି ଲୋକେ । ବିଗତ କିଛି ଦିନ ହେବ ଯେଉଁ ଅସ୍ଥିର, ଅଶାନ୍ତ ଓ ହିଂସାତ୍ମକ ସ୍ଥିତି ଦେଇ ଇମ୍ପାଲ ଓ ମଣିପୁରର ଅନ୍ୟ ସହରବାସୀ ଗତି କରୁଥିଲେ ଏବେ ସେଥିରୁ ଟିକେ ଆଶ୍ୱସ୍ତି ମିଳିଛି । ଅନ୍ୟପଟେ ରାଜ୍ୟରେ ଦେଖାଦେଇଛି ଖାଦ୍ୟସାମଗ୍ରୀର ଅଭାବ । ପେଟ୍ରୋଲ, ଡିଜେଲର ମଧ୍ୟ କଳବଜାରୀ ଆରମ୍ଭ ହୋଇଛି । କେବଳ ସେତିକି ନୁହେଁ ବିମାନ ଓ ରେଳ ଭଡା ମଧ୍ୟ ଆକାଶଛୁଆଁ ହୋଇଛି । ସେପଟେ ବିଭିନ୍ନ ରାଜ୍ୟମାନେ ଏଠାରୁ ରହୁଥିବା ରାଜ୍ୟବାସୀଙ୍କ ଉଦ୍ଧାର ପାଇଁ ଏୟାରଲିପ୍ଟ ବ୍ୟବସ୍ଥା ମଧ୍ୟ କରିଛନ୍ତି ।

ମଣିପୁର ହିଂସା ମାମଲା ସୁପ୍ରିମକୋର୍ଟରେ ପହଁଚିଛି । ମାମଲାର ଏସଆଇଟି ତଦନ୍ତ ପାଇଁ ଏକ ଜନସ୍ୱାର୍ଥ ଆବେଦନ ରୁଜୁ କରାଯାଇଛି । ଏଥିସହ ମୈତି ସମୁଦାୟଙ୍କୁ ଜନଜାତି ମାନ୍ୟତା ଦେବାକୁ ନେଇ ମଣିପୁର କୋର୍ଟ ରାଜ୍ୟ ସରକାରଙ୍କୁ ବିଚାର କରିବାକୁ ଦେଇଥିବା ଆଦେଶକୁ ଚ୍ୟାଲେଂଜ ଦେଇ ଅନ୍ୟ ଏକ ଆବେଦନ ମଧ୍ୟ ରୁଜୁ ହୋଇଛି । ସେପଟେ ପୂରା ଘଟଣା ପାଇଁ କଗ୍ରେସ ବିଜେପିକୁ ଦାୟୀ କରିଥିବାବେଳେ ବିଜେପି ମଧ୍ୟ ଏହାର ପାଲଟା ଜବାବ ରଖିଛି ।

ମଣିପୁରରେ ରାଜ୍ୟବାହାରୁ ବହୁ ସଂଖ୍ୟକ ଛାତ୍ରଛାତ୍ରୀ ଉଚ୍ଚଶିକ୍ଷା ପାଇଁ ଆସିଥାନ୍ତି । ତେଣୁ ହିଂସାରେ ଫଶିରହିଥିବା ଛାତ୍ରଛାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ହେଲପଲାଇନ ନମ୍ବର ଜାରି କରାଯାଇଛି । ସେପଟେ ମଣିପୁର ହିଂସା ମାମଲାରେ ଏବେ ସୁଦ୍ଧା ୫୦ରୁ ଅଧିକ ଜୀବନ ଗଲାଣି । ସ୍ଥିତିରେ ସୁଧାର ଆଣିବା ପାଇଁ କେନ୍ଦ୍ରୀୟ ସୁରକ୍ଷାବଳ, ଆସାମ ରାଇଫଲସ, ସିଆରପିଏଫର ୧୧ହଜାର ଜବାନଙ୍କୁ ମୃତୟନ କରାଯାଇଛି । ସେପଟେ ୨୫ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରାଯାଇଛି ।