କନକ ବ୍ୟୁରୋ: ଆବାସ ଯୋଜନାରେ କାହାକୁ ମଳିିବ ସରକାରୀ ଘର । ଏନଇ ଚାତକ ଭଳି ଚାହିଁବସିଥିଲେ ଗାଁର ଲୋକେ । ହେଲେ ଯୋଗ୍ୟ ତାଲିକାରେ ପୁରା ପଞ୍ଚାୟତରୁ ନାଁ ଅଛି ମାତ୍ର ଜଣଙ୍କର । ପୁରୀ କଣାସ ଗଡସାହି ପଞ୍ଚାୟତ କାନ୍ଥରେ ସରକାରଙ୍କ ତରଫରୁ ସାମ୍ଭବ୍ୟ ତାଲିକାରେ ଜଣେ ହିତାଧିକାରୀ ରହିଛନ୍ତି । ପୁରା ପଞ୍ଚାୟତରେ ୯ ହଜାର ଲୋକଙ୍କ ଭିତରୁ ୪ ହଜାର ଭୋଟର ଅଛନ୍ତି । ଏତେ ଲୋକଙ୍କ ଭିତରେ କିନ୍ତୁ ମାତ୍ର ଜଣେ ବ୍ୟକ୍ତିଙ୍କ ନାମ ପ୍ରକାଶ ପାଇଛି । ବାତ୍ୟା ଫନିରେ ବି ଅନେକ ଲୋକଙ୍କ ଘର ଭାଗିଂଥିଲା । ପଞ୍ଚାୟତ ଠାରୁ ବ୍ଲକ ପର୍ଯ୍ୟନ୍ତ ଅନେକ ସରକାରୀ ବାବୁମାନେ ଘର ଘର ବୁଲି ତଦନ୍ତ କରିଥିଲେ । ଲୋକେ ୩ ବର୍ଷ ପରେ ସରକାର ଘର ଖଣ୍ଡେ ଦେବେ ବୋଲି ଆଶା ରଖିଥିଲେ । କିନ୍ତୁ ଏପରି ତାଲିକା ଦେଖି ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।
ପଞ୍ଚାୟତର ୨୦୦ରୁ ଅଧିକ ଲୋକେ ଘର ପାଇବାକୁ ଯୋଗ୍ୟ ରହିଛନ୍ତି । ହେଲେ ସରକାର କେଉଁ ଆଧାରରେ ଜଣଙ୍କୁ ଯୋଗ୍ୟ ବୋଲି ବିବେଚିତ କଲେ ସେ ନେଇ ପ୍ରଶ୍ନ ଉଠିଛି । ସେପଟେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ସମ୍ଭାବ୍ୟ ତାଲିକାକୁ ନେଇ ଅସନ୍ତୋଷ ଦେଖିବାକୁ ମିଳିଛି । ଘର ଆବଣ୍ଟନ ତାଲିକାରେ ପକ୍ଷପାତିତା କରାଯାଇଥିବା ଅଭିଯୋଗ ଆଣିଛନ୍ତି କୋରାପୁଟ ଜିଲ୍ଲାର ଏକାଧିକ ସରପଞ୍ଚ । ଘଟଣାକୁ ନେଇ ବନ୍ଧୁଗାଁ ବ୍ଲକ୍ରେ ସରପଞ୍ଚ ଓ ବିଡିଓ ମୁହାଁମୁହିଁ । ଆବାସ୍ ଯୋଜନା ତାଲିକାରୁ ବାଦ୍ ପଡିବା ପରେ ଅଭିଯୋଗ କରିବା ପାଇଁ ସ୍ଥାନୀୟ ସରପଞ୍ଚମାନେ ବିଡିଓଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ହେଲେ ସେଠାରେ ବିଡିଓ ସେମାନଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି । ଏହି ମାମଲାରେ ଉଭୟ ବିଡିଓ ସରପଞ୍ଚମାନେ ପରସ୍ପର ବିରୋଧରେ ଥାନାରେ ଏତଲା ଦେଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/01/vlcsnap-2023-01-17-19h13m35s423.jpg)