ମୟୁରଭଞ୍ଜ ଉଦଳା ଅଞ୍ଚଳର ସେନ ନଦୀରେ ଜଳସ୍ତର ବୃଦ୍ଧି : ପାଣି ଘେରରେ ଜୀବନ କାଟୁଛନ୍ତି ୩୦ଟି ପରିବାର

ବନ୍ୟା ଭୟରେ ଆସବାଭପତ୍ର ଧରି ଘର ଛାଡ଼ୁଛନ୍ତି ଲୋକେ

95

କନକ ବ୍ୟୁରୋ : ଲଘୁଚାପ ବର୍ଷା ଯୋଗୁଁ ମୟୁରଭଞ୍ଜର ଉଦଳା ଅଞ୍ଚଳ । ବିଶେଷକରି କାପ୍ତିପଦା ଉପଖଣ୍ଡରେ ନଦୀ ଜଳସ୍ତର ବୃଦ୍ଧି ପାଇବାରୁ ଜନସାଧାରଣ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ଉଦଳା ବ୍ଳକ ଭୀମତାଳି ପଞ୍ଚାୟତ ଜାଲଦା ଏବଂ ମଦନାପାଳ ଗାଁରେ ସୋନଦୀରେ ଜଳସ୍ତର ବୃଦ୍ଧି ପାଇବାରୁ ପାଖାପାଖି ୩୦ଟି ଘର ଭିତରେ ପାଣି ପଶିଛି । ଏହା ସହ ଲୋକେ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି । ନଦୀ ଜଳସ୍ତର ବୃଦ୍ଧି ପାଇବାରୁ ଲୋକଙ୍କ ଘର ଭିତରେ ପାଣି ପଶି ରହିଛି ।

ଲୋକେ ସେମାନଙ୍କ ଆସବାବପତ୍ର ଧରି ଘର ଛାଡ଼ୁଥିବାର ଚିତ୍ର ଦେଖିବାକୁ ମିଳିଛି । ସୋନ ନଦୀରେ ଜଳସ୍ତର ବୃଦ୍ଧି କାରଣରୁ କାପ୍ତିପଦା-ଔପଦା ଯୋଗାଯୋଗ ବିଛିନ୍ନ ହୋଇଛି । ମହିଷାସୁରୀ ପୋଲ ଉପରେ ତିନି ଫୁଟ ଉଚ୍ଚର ବନ୍ୟା ପାଣି ପ୍ରବାହିତ ହେବାରୁ ପୋଲ ମଧ୍ୟ ଭାଙ୍ଗି ଯାଇଛି । ଯାହା ଫଳରେ ଯୋଗାଯୋଗ ବିଛିନ୍ନ ହୋଇଛି । ଅନ୍ୟପଟେ ପଦ୍ମପୋଖରୀ ଅଞ୍ଚଳରୁ ରୋଗୀ ଆଣିବାକୁ ଯାଉଥିବା ଏକ ଆମ୍ବୁଲାନ୍ସ ମଧ୍ୟ ପୋଲରେ ଜଳସ୍ତର ବୃଦ୍ଧି ଯୋଗୁଁ ଅଟକି ରହିଛି । ସୋନ ଓ କାଳ ଡ଼୍ୟାମରେ ଗୋଟିଏ ଲେଖାଏଁ ଗେଟ୍ ଖୋଲିଥିବା ବେଳେ ଲଗାଣ ବର୍ଷା ଜାରି ରହିଛି । ଅନ୍ୟପଟେ ଉପରମୁଣ୍ଡରେ ଲଗାଣ ବର୍ଷା ହେତୁ ସ୍ଥିତି ଆହୁରି ଗମ୍ଭିର ହୋଇପାରେ ବୋଲି କୁହାଯାଉଛି ।