ଦିଲ୍ଲୀରେ ପରିସ୍ଥିତି ଗମ୍ଭୀର: ପ୍ରଦୂଷଣରେ ଅଣନିଃଶ୍ୱାସୀ ହେଉଛନ୍ତି ଶିଶୁ 

Advertisment
ଦିଲ୍ଲୀରେ ପରିସ୍ଥିତି ଗମ୍ଭୀର: ପ୍ରଦୂଷଣରେ ଅଣନିଃଶ୍ୱାସୀ ହେଉଛନ୍ତି ଶିଶୁ 
କନକ ବ୍ୟୁରୋ: ଦିଲ୍ଲୀରେ ସପ୍ତାହେ ହେବ ଅଣାୟତ ହେଉଛି ବାୟୁ ପ୍ରଦୂଷଣ । ଏବେ ଏଥିରେ ଶିଶୁଙ୍କ ଅବସ୍ଥା ଗୁରୁତର ହୋଇପଡିଛି । ପ୍ରଦୂଷଣ ଯୋଗୁଁ ଶିଶୁ ଅଣନିଶ୍ୱାସୀ ହେଉଛନ୍ତି  । ଏବେ ଦିଲ୍ଲୀ ବିଶ୍ୱର ସବୁଠାରୁ ସବୁଠୁ ଅଧିକ ପ୍ରଦୂଷିତ ନଗର ବୋଲି ଜାତିସଂଘ ରିପୋର୍ଟରେ ପ୍ରକାଶ ପାଇଛି ।
ଦ ଏନର୍ଜି ଆଣ୍ଡ୍ ରିସୋର୍ସେସ୍ ଇନ୍‌ଷ୍ଟିଚ୍ୟୁଟ୍ (ଟେରୀ) ଦ୍ବାରା କରାଯାଇଥିବା ଏକ ଅଧ୍ୟୟନ ଅନୁସାରେ ଜଳବାୟୁ ପରିବର୍ତ୍ତନ ଓ ଦିଲ୍ଲୀ ପ୍ରଦୂଷଣ ୭୫ ପ୍ରତିଶତରୁ ଅଧିକ ଶିଶୁଙ୍କୁ ଅଣନିଃଶ୍ବାସୀ ଅନୁଭବ କରାଉଛି। ଟେରୀ ୪୧୩ ଶିଶୁଙ୍କ ସ୍ବାସ୍ଥ୍ୟ ଉପରେ ଅଧ୍ୟୟନ କରିଥିଲା। ସେଥିମଧ୍ୟରୁ ୭୫.୪ ପ୍ରତିଶତ ଅଣନିଃଶ୍ବାସୀ ଅନୁଭବ କରୁଥିବା ବେଳେ ୨୪.୨ ପ୍ରତିଶତ ଆଖି କୁଣ୍ଡେଇ ହେଉଥିବା, ୨୨.୩ ପ୍ରତିଶତ ନିୟମିତ ଛିଙ୍କ ହେଉଥିବା ଓ ନାକରୁ ପାଣି ବୋହୁଥିବା ଏବଂ ୨୦.୯ ପ୍ରତିଶତ ଶିଶୁ ସକାଳେ କାଶ ହେଉଥିବା ପ୍ରକାଶ କରିଥିଲେ। ୧୪ରୁ ୧୭ ବର୍ଷର ପିଲାଙ୍କୁ ଏହି ସର୍ଭେରେ ଅନ୍ତର୍ଭୁକ୍ତ କରାଯାଇଥିଲା।
ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ କହିଛନ୍ତି, ଦିଲ୍ଲୀରେ ଯେତିକି ଧୂଳି-ଧୂଆଁ ସୃଷ୍ଟି ହେଉଛି, ତାହା ନିରାପଦ ସୀମା ଭିତରେ ରହିଛି, ମାତ୍ର ପଡ଼ୋଶୀ ରାଜ୍ୟଗୁଡ଼ିକ ଅମଳ ଋତୁରେ ନଡ଼ା ପୋଡ଼ିବା ଯୋଗୁ ପ୍ରଦୂଷଣ ବହୁତ ବଢ଼ିଯାଉଛି। ପ୍ରଦୂଷଣ ନିୟନ୍ତ୍ରଣରେ ଦିଲ୍ଲୀବାସୀ ସହଯୋଗ କରିବା ପାଇଁ ସେ ଅନୁରୋଧ କରିଛନ୍ତି।
ରାଜ୍ୟର ପ୍ରଦୂଷଣ ନିୟନ୍ତ୍ରଣ କରିବାକୁ ଦିଲ୍ଲୀ ସରକାର ନିକଟରେ ରେଡ୍ ଲାଇଟ୍ ଅନ୍ ଇଞ୍ଜିନ ଅଫ୍ ଯୋଜନା ଆରମ୍ଭ କରିଛନ୍ତି । ଏଥିରେ ଏକ ଆପ୍ ପ୍ରସ୍ତୁତ କରାଯାଇଛି , ଯେଉଁଥିରେ ପ୍ରଦୂଷଣ ସୃଷ୍ଟି କରୁଥିବା ବ୍ୟକ୍ତି ବା ସଂସ୍ଥା ବିରୋଧରେ ଅଭିଯୋଗ କରାଯାଇପାରିବ । ଫଳରେ ପ୍ରଦୂଷଣକାରୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କେଜରୀୱାଲ କହିଥିଲେ । ଦିଲ୍ଲୀ ନିକଟବର୍ତ୍ତୀ ଇଲାକାରେ ବିଲରେ ଥିବା ନଡା ପୋଡାଯାଉଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ଦ ଏନର୍ଜି ଆଣ୍ଡ୍ ରିସୋର୍ସେସ୍ ଇନ୍‌ଷ୍ଟିଚ୍ୟୁଟ୍ ପକ୍ଷରୁ କୁହାଯାଇଛି ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe