କନକ ବ୍ୟୁରୋ : ନିଅଣ୍ଟିଆ ବର୍ଷା ଲାଗି ୨୨ ଜିଲ୍ଲାରେ ସ୍ଥିତି ସାଂଘାତିକ । ଜୁନ୍ ୧୦ରୁ ଜୁଲାଇ ୧୦ ମଧ୍ୟରେ କଳାହାଣ୍ଡିିରେ ସବୁଠୁ କମ୍ ବର୍ଷା ରେକର୍ଡ କରାଯାଇଛି । ୧୩ଜିଲ୍ଲାରେ ଅତ୍ୟଧିକ ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଛି । ବୌଦ୍ଧ, ସୁବର୍ଣ୍ଣପୁର, ଜଗତସିଂପୁର, ଯାଜପୁର, ବଲାଙ୍ଗୀର, କଟକ, କନ୍ଧମାଳ,ଗଞ୍ଜାମ,ରାୟଗଡ଼ା, ପୁରୀ, ନବରଙ୍ଗପୁର, କେନ୍ଦ୍ରାପଡ଼ା ଓ ମୟୂରଭଞ୍ଜରେ ଅତ୍ୟଧିକ ନିଅଣ୍ଟିଆ ବର୍ଷା ଦେଖିବାକୁ ମିଳିଛି । ୮ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ଦେଖିବାକୁ ମିଳିଛି । ସେଗୁଡିକ ହେଲା କୋରାପୁଟ, ଭଦ୍ରକ, କେନ୍ଦୁଝର, ନୟାଗଡ଼, ବାଲେଶ୍ଵର, ଗଜପତି, ନୂଆପଡ଼ା, ଖୋର୍ଦ୍ଧା