କନକ ବ୍ୟୁରୋ : ଭାରତ ପାକିସ୍ତାନ ମ୍ୟାଚ ଏକ ଖେଳ ନୁହେଁ ଯୁଦ୍ଧ ଭଳି ସ୍ଥିତି ସୃଷ୍ଟି କରିଦିଏ । କିନ୍ତୁ ଦୁବାଇରେ ଗତକାଲିର ମ୍ୟାଚ ପରେ ଯେଉଁ କିଛି ଫଟୋ ଏବଂ ଭିଜୁଆଲ ସାମ୍ନାକୁ ଆସିଛି ତାହା ଏବେ ଦୁଇ ଦେଶର ଖେଳୁଆଡ ମନୋଭାବକୁ ଦର୍ଶାଇଛି । ସବୁଠୁ ବଡ କଥା ହେଲା ଏହି ମ୍ୟାଚରେ ଦୁଇ ଦେଶର ଖେଳାଳିଙ୍କ ମଧ୍ୟରେ କୌଣସି ସ୍ଲେଜିଂ ଦେଖିବାକୁ ମିଳିନି ।
ପାକିସ୍ତାନ ବିପକ୍ଷ ମ୍ୟାଚରେ ଭାରତର ନୈରାଶ୍ୟଜନକ ପ୍ରଦର୍ଶନ ପରେ ଜଣେ ପାକିସ୍ତାନ ସାମ୍ବାଦିକଙ୍କ ପ୍ରଶ୍ନରେ ପାଲଟା ଜବାବ ଦେଇଥିଲେ ବିରାଟ କୋହଲି । ଯେତେବେଳେ ପାକିସ୍ତାନ ସାମ୍ବାଦିକ ଜଣଙ୍କ ପ୍ରଶ୍ନ କରିଥିଲେ ରୋହିତ ଶର୍ମାଙ୍କୁ ଦଳରୁ ବାଦ ଦିଆଯିବା ଉଚିତ କି ? ସେତେବେଳେ ଚିହିଁକି ଉଠିଥିଲେ ବିରାଟ ।
ଏଥିସହ କୋହଲି କହିଥିଲେ ଏହା ଶେଷ ନୁହେଁ, ବିଶ୍ୱକପର ଆରମ୍ଭ । ଭାରତ ପାକିସ୍ତାନ ମ୍ୟାଚ ଏକ ଖେଳ ନୁହେଁ ଯୁଦ୍ଧ ଭଳି ସ୍ଥିତି ସୃଷ୍ଟି କରିଦିଏ । କିନ୍ତୁ ମ୍ୟାଚ ପରେ କିଛି ମୂହୂର୍ତକୁ ଉଭୟ ଭାରତୀୟ କ୍ରିକେଟ ବୋର୍ଡ-ବିସିସିଆଇ ଓ ପାକିସ୍ତାନ କ୍ରିକେଟ ବୋର୍ଡ ଟ୍ୱିଟ୍ କରିଥିଲେ । ଯାହାକି ଖେଳୁଆଡ ମନୋଭାବକୁ ଦେଖାଇଛି ।
ମ୍ୟାଚ୍ ହାରିବା ପରେ କ୍ୟାପଟେନ୍ କୋହଲି ବାବର ଏବଂ ଓପନର ରିଜୱାନଙ୍କ ସହ କଥା ହେବା ସହିତ କୁଣ୍ଢାଇ ପକାଇଥିଲେ । ଖାଲି କୋହଲି ନୁହଁ, ମେଂଟର ମହେନ୍ଦ୍ର ସିଂ ଧୋନୀଙ୍କ ସହିତ ଅନେକ ପାକିସ୍ତାନ ଖେଳାଳି ହାଲକା ମୁହୂର୍ତରେ କଥା ହେଉଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ସାସିଆଲ ମିଡିଆରେ ଦୁଇ ଦେଶର ଖେଳାଳିକୁ ନେଇ ପ୍ରଶଂସା କରାଯାଇଛି ।