କନକ ବ୍ୟୁରୋ: ପୌର କର୍ମଚାରୀ ମାନେ ବିଳମ୍ବରେ କାର୍ଯ୍ୟାଳୟକୁ ଆସିବା ନେଇ ପୌରାଧ୍ୟକ୍ଷାଙ୍କ ପ୍ରତିବାଦ  । ପ୍ରତିବାଦରେ ନିଜ ବ୍ୟକ୍ତିଗତ ଚାମ୍ବରରେ ନ ବସି କାର୍ଯ୍ୟାଳୟ ବାହାରେ ଏକ ଚଉକିରେ ବସିଲେ ପୌରାଧ୍ୟକ୍ଷା । ନବରଙ୍ଗପୁର ଜିଲ୍ଲା ଉମରକୋଟ ପୌର ପରିଷଦର ଅଧ୍ୟକ୍ଷା ରାଧା ଭତ୍ରା କାର୍ଯ୍ୟାଳୟ ବାହାରେ ବସିଥିବାର ଦେଖିବାକୁ ମିଳିଛି । ପୌର ପରିଷଦକୁ କୌଣସି କର୍ମଚାରୀ ଠିକ୍ ସମୟରେ ଆସୁନଥିବା ନେଇ ପୌରାଞ୍ଚଳର ଜନସାଧାରଣଙ୍କ ଠାରୁ ଅଭିଯୋଗ ପାଇଥିଲେ ଅଧ୍ୟକ୍ଷା  । ଏହାର ସତ୍ୟାସତ୍ୟ ଜାଣିବା ପାଇଁ ଆଜି ସକାଳ ୧୦ଟା ପୂର୍ବରୁ ଅଧ୍ୟକ୍ଷା ରାଧା ଭତ୍ରା ପୌର ପରିଷଦ କାର୍ଯ୍ୟାଳୟ ବାହାରେ ଦୀର୍ଘ ସମୟ ଧରି ବସିଥିଲେ  । ଦିନ ୧୨ଟା ସୁଦ୍ଧା ଅଧିକାଂଶ କର୍ମଚାରୀ ଆସିନଥିବା ବେଳେ ଯେଉଁମାନେ ଆସିଥିଲେ ସେମାନେ ବହୁତ ଡେରିରେ ଆସିଥିଲେ  । ଡେରିରେ ଆସିଥିବା କର୍ମଚାରୀଙ୍କୁ ପଚାରିବାରୁ ବିଭିନ୍ନ ବାହାନା ବାହାର କରି ଡେରିରେ ଆସୁଥିବା କାରଣ କହିଛନ୍ତି  । ଡେରିରେ ଆସୁଥିବା କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲାପାଳଙ୍କୁ ଜଣାଇବେ ବୋଲି କହିଛନ୍ତି ଅଧ୍ୟକ୍ଷା ।

Advertisment