ଅଯୋଧ୍ୟା ରାମମନ୍ଦିରର ଗର୍ଭଗୃହରେ ରହିବେନି ମା’ ସୀତା । ୫ ବର୍ଷର ବାଳକ ରୂପେ ସ୍ଥାନ ପାଇବ ରାମଲଲାଙ୍କ ପ୍ରତିମା ।

ଅଯୋଧ୍ୟା ରାମମନ୍ଦିରର ଗର୍ଭଗୃହରେ ରହିବେନି ମା’ ସୀତା । ୫ ବର୍ଷର ବାଳକ ରୂପେ ସ୍ଥାନ ପାଇବ ରାମଲଲାଙ୍କ ପ୍ରତିମା ।

କନକ ବ୍ୟୁରୋ : ଆଉ ମାତ୍ର କେଇ ଦିନ, ଅଯୋଧ୍ୟାରେ ହେବ ଭବ୍ୟ ଶ୍ରୀରାମ ମନ୍ଦିର ଉଦଘାଟନ ଉତ୍ସବ । ଅଯୋଧ୍ୟାର ୭୦ ଏକର ବିଶିଷ୍ଟ ସ୍ଥାନରେ ନିର୍ମାଣ ହେଉଥିବା ରାମ ମନ୍ଦିରର ଗର୍ଭଗୃହରେ କିନ୍ତୁ ଭକ୍ତ ଦେଖିବାକୁ ପାଇବେନି ମାଆ ସୀତାଙ୍କୁ । ଗର୍ଭଗୃହରେ ବିରାଜମାନ କରିବେ ଭଗବାନ ରାମଲଲ୍ଲା । ୫ ବର୍ଷର ବାଳକ ରୂପରେ ରାମଲଲାଙ୍କ ପ୍ରତିମା ସ୍ଥାନ ପାଇବ । ଏହା ଶ୍ରୀରାମଙ୍କ ବାଳକ ରୂପ ହୋଇଥିବାରୁ ମୁଖ୍ୟମନ୍ଦିର ଗର୍ଭଗୃହରେ ମାଆ ସୀତାଙ୍କର କୌଣସି ପ୍ରତିମୂର୍ତି ସ୍ଥାପନ କରାଯିବ ନାହିଁ । ଏନେଇ ଶ୍ରୀରାମ ଜନ୍ମଭୂମୀ ତୀର୍ଥକ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

ମୁଖ୍ୟ ମନ୍ଦିରରେ ଶ୍ରୀରାମଙ୍କ ବାଳକ ପ୍ରତିମା ସ୍ଥାନ ପାଇବ । ଏହା ବିବାହ ପୂର୍ବର ମୂର୍ତି ହୋଇଥିବାରୁ ଦେବୀ ସୀତାଙ୍କ ମୂର୍ତି ମୁଖ୍ୟମନ୍ଦିରରେ ରହିବ ନାହିଁ । ଅଯୋଧ୍ୟା ରାମମନ୍ଦିରରେ ପ୍ରଭୁ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମକୁ ନେଇ ଏବେ ଯୁଦ୍ଧକାଳୀନ ଭିତିରେ ପ୍ରସ୍ତୁତି ଚାଲିଛି । ବିଶ୍ୱବ୍ୟାପୀ ରାମଭକ୍ତ ରାମ ମନ୍ଦିରର ଉଦଘାଟନକୁ ଅତ୍ୟନ୍ତ ଉତ୍ସାହର ସହ ଅପେକ୍ଷା କରି ରହିଛନ୍ତି । ଏହି କ୍ରମରେ ଉଦଘାଟନ ଉତ୍ସବକୁ ନେଇ ପ୍ରତିଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ସୂଚନା ଅନୁସାରେ,
ଗର୍ଭଗୃହରେ ରହିବେନି ମା’ ସୀତା
- ମୁଖ୍ୟ ମନ୍ଦିର ଗର୍ଭଗୃହରେ ସ୍ଥାନ ପାଇବନି ମା’ ସୀତାଙ୍କ ପ୍ରତିମୂର୍ତ୍ତୀ
- ଗର୍ଭଗୃହରେ ରହିବ ୫ ବର୍ଷର ବାଳ ରୂପରେ ରାମଲଲାଙ୍କ ପ୍ରତିମା
- ମୁଖ୍ୟ ମନ୍ଦିର ୩୬୦ ଫୁଟ ଲମ୍ବା ଏବଂ ୨୩୫ ଫୁଟ୍ ଓସାର
- ମନ୍ଦିରର ଶିଖର ୧୬୧ ଫୁଟ ଉଚ୍ଚ
- ରାମଲଲାଙ୍କ ମନ୍ଦିରରେ ରହିବ ୩୨ଟି ପାହାଚ
- ମୁଖ୍ୟ ମନ୍ଦିରରେ ସ୍ଥାପିତ ହେବ ବିବାହ ପୂର୍ବର ରାମଲଲାଙ୍କ ପ୍ରତିମା
- ମୁଖ୍ୟ ମନ୍ଦିର ବ୍ୟତୀତ ୭ଟି ଅନ୍ୟ ମନ୍ଦିର ରହିବ
- ୭୦ ଏକର ବିଶିଷ୍ଟ ଅଯୋଧ୍ୟା ଶ୍ରୀରାମ ମନ୍ଦିର

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe