ସୀତାରାମ ୟେଚୁରୀଙ୍କ ବିବାଦୀୟ ବୟାନ : ଦୁର୍ଯ୍ୟୋଧନ ଓ ଦୁଃଶାସନଙ୍କ ସହ ମୋଦି ଓ ଅମିତ ଶାହଙ୍କୁ କଲେ ତୁଳନା

ସୀତାରାମ ୟେଚୁରୀଙ୍କ ବିବାଦୀୟ ବୟାନ : ଦୁର୍ଯ୍ୟୋଧନ ଓ ଦୁଃଶାସନଙ୍କ ସହ ମୋଦି ଓ ଅମିତ ଶାହଙ୍କୁ କଲେ ତୁଳନା

source : deccanherald.com

ଲୋକସଭା ନିର୍ବାଚନ ୨୦୧୯ ଚାଲିଛି ଏବଂ ରାଜନେତାଙ୍କ ବିବାଦୀୟ ବୟାନ ଦେବା ବି ଜାରି ରହିଛି । ଏହି ସମୟରେ ସିପିଏମ ମହାସଚିବ ସୀତାରାମ ୟେଚୁରୀ ହାୱଡାରେ ବିବାଦୀୟ ବୟାନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ଅଧ୍ୟକ୍ଷ ଅମିତ ଶାହଙ୍କ ତୁଳନା ଦୁର୍ଯ୍ୟୋଧନ ଓ ଦୁଃଶାସନ ସହିତ କରିଛନ୍ତି । ସେ କହିଛନ୍ତି ମହାଭାରତରେ କୌରବଙ୍କ ସହ ଯେମିତି ହୋଇଥିଲା, ସେମିତି ହିଁ ଚଳିତ ରାଜନୀତିର ମହାଭାରତରେ ହେବ ।

publive-image

ସିପିଏମ ମହାସଚିବ ସୀତାରାମ ୟେଚୁରୀ ହାୱଡାର ଏକ ଜନସଭାରେ ସମ୍ବୋଧନ କଲାବେଳେ ଏହି ବୟାନ ଦେଇଥିଲେ । ସେ କହିଥିଲେ, “୧୦୦ କୌରବଙ୍କ ମଧ୍ୟରୁ ଆପଣଙ୍କୁ ଦୁଇ ଭାଇଙ୍କ ନାଁ ମନେଥିବ- ଦୁର୍ଯ୍ୟୋଧନ ଓ ଦୁଃଶାସନ । ଦୁନିଆର ସବୁଠାରୁ ବଡ ଦଳ ଭିତରେ ଆପଣଙ୍କୁ କେତେ ଲୋକଙ୍କ ନାଁ ମନେ ଅଛି ? ନରେନ୍ଦ୍ର ମୋଦି ଓ ଅମିତ ଶାହ । ମହାଭାରତରେ କୌରବଙ୍କ ଯାହା ଅବସ୍ଥା ହୋଇଥିଲା, ଏବେ ଏଠି ରାଜନୈତିକ ମହାଭାରତରେ ହେଉଛି ।”

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe