କନକ ବ୍ୟୁରୋ : ସମ୍ବଲପୁରରେ ଝଲସିବ କଟକ ତାରକସି କାମ । ଚଳିତ ବର୍ଷ ଶୀତଳଷଷ୍ଠୀରେ ସମ୍ବଲପୁର ସହରରେ ଦେଖିବାକୁ ମିଳିବ କଟକ କାରିଗରଙ୍କ ତିଆରି ଚାନ୍ଦିମେଢ଼ । ଏହି ମେଢ଼ ପାଇଁ ଖର୍ଚ୍ଚ ହେବ ପାଖାପାଖି ୧ କୋଟି ଟଙ୍କା ।
ଚାନ୍ଦିମେଢ଼ ତିଆରି ପାଇଁ ଜୋରସରରେ ଚାଲିଛି କାମ । କଟକ ଡ଼ଗରପଡ଼ାସ୍ଥିତ ଷ୍ଟୋନୀ ରୋଡ୍ ଅଂଚଳର ତାରକସି କାରିଗର ପଙ୍କଜ କୁମାର ସାହୁ ଏହି ମେଢ଼ ପ୍ରସ୍ତୁତି କାର୍ଯ୍ୟ ହାତୁକୁ ନେଇଛନ୍ତି । ଚାନ୍ଦି ମେଢ଼କୁ ତିଆରି କରୁଛନ୍ତି ୧୦ କାରିଗର । ଜୁନ୍ ମାସରେ ଶୀତଳ ଷଷ୍ଠୀ ପୂଜା ରହିଥିବା ବେଳେ ମେଢ଼ କାମ ପ୍ରାୟ ୭୦ ପ୍ରତିଶତ ସରିଲାଣି ।
ସମ୍ବଲପୁର ଶୀତଳ ଷଷ୍ଠୀରେ ଝଲସବ ଚାନ୍ଦିମେଢ଼ । ୧ କୋଟି ଟଙ୍କାରେ ତିଆରି କରୁଛନ୍ତି କଟକ କାରିଗର
/kanak/media/post_attachments/wp-content/uploads/2021/10/Screen-Shot-2021-10-31-at-8.59.54-AM.png)