ଶିବ ବିବାହ ଉତ୍ସବ ଓ ଶୀତଳ ଷଷ୍ଠୀ ଉତ୍ସବକୁ ଅନୁମତି ଦେଲା ବିଏମସି : ସର୍ବାଧିକ ୭ ଜଣ ସେବାୟତକୁ ଅନୁମତି; ସାମିଲ ହୋଇ ପାରିବେନି ଶ୍ରଦ୍ଧାଳୁ କିମ୍ବା ସ୍ଥାନୀୟ ଲୋକ

128

କନକ ବ୍ୟୁରୋ : କୋଭିଡ କଟକଣା ଭିତରେ ଲିଙ୍ଗରାଜ ମନ୍ଦିରରେ ଶିବ ବିବାହ ଓ ଶୀତଳ ଷଷ୍ଠୀ ଉତ୍ସବ ପାଳନ ପାଇଁ ଅନୁମତି ଦେଇଛି ବିଏମସି । ଜୁନ ୧୫ ଓ ୧୬ ତାରିଖରେ ଏହି ଉତ୍ସବ ଅନୁଷ୍ଠିତ ହେବ । ତେବେ କୋଭିଡ୍ ନିୟମ କଡ଼ାକଡ଼ି ପାଳନ ଭିତରେ କେଦାରଗୌରୀ ମନ୍ଦିର ପରିସରରେ ଏହାକୁ ପାଳନ କରିବାକୁ ଅନୁମତି ଦିଆଯାଇଛି । ଏହି ଉତ୍ସବରେ ସର୍ବାଧିକ ୬ ଜଣ ସେବାୟତ ସାମିଲ ହୋଇ ପାରିବେ ।

ସେମାନଙ୍କ ନାଁ ଲିଙ୍ଗରାଜ ମନ୍ଦିରର କାର୍ଯ୍ୟନିବାହୀ ଅଧିକାରୀ, ବିଏମସିକୁ ପଠାଇବେ । ଏହି ଉତ୍ସବରେ ଶ୍ରଦ୍ଧାଳୁ କିମ୍ବା ସ୍ଥାନୀୟ ଲୋକ ମନ୍ଦିର ଭିତରକୁ ପ୍ରବେଶ କରିପାରିବେ ନାହିଁ ବୋଲି କହିଛି ବିଏମସି । ଭକ୍ତ ଓ ଶ୍ରଦ୍ଧାଳୁଙ୍କ ବିନା ପାଳନ ହେବ ଉତ୍ସବ । ସେହିପରି ଉତ୍ସବରେ ଟେଂଟ ଲଗା ଯାଇପାରିବ ନାହିଁ, ମାଇକ୍ ବାଜିବ ନାହିଁ କି ବାଣ ଫୁଟିବ ନାହିଁ ବୋଲି କହିଛି ବିଏମସି । ଉତ୍ସବ ପୂର୍ବରୁ ଓ ପରେ ଭଲ ଭାବେ ମନ୍ଦିର ପରିସରକୁ ସାନିଟାଇଜ୍ କରାଯିବ । ଯେଉଁ ୭ ଜଣ ସେବାୟତ ନୀତିକାନ୍ତି ପାଳନ କରିବେ, ସେମାନଙ୍କର କରୋନା ପରୀକ୍ଷା କରାଯିବ ।

Comments are closed.