କନକ ବ୍ୟୁରୋ : କୋଭିଡ କଟକଣା ଭିତରେ ଲିଙ୍ଗରାଜ ମନ୍ଦିରରେ ଶିବ ବିବାହ ଓ ଶୀତଳ ଷଷ୍ଠୀ ଉତ୍ସବ ପାଳନ ପାଇଁ ଅନୁମତି ଦେଇଛି ବିଏମସି । ଜୁନ ୧୫ ଓ ୧୬ ତାରିଖରେ ଏହି ଉତ୍ସବ ଅନୁଷ୍ଠିତ ହେବ । ତେବେ କୋଭିଡ୍ ନିୟମ କଡ଼ାକଡ଼ି ପାଳନ ଭିତରେ କେଦାରଗୌରୀ ମନ୍ଦିର ପରିସରରେ ଏହାକୁ ପାଳନ କରିବାକୁ ଅନୁମତି ଦିଆଯାଇଛି । ଏହି ଉତ୍ସବରେ ସର୍ବାଧିକ ୬ ଜଣ ସେବାୟତ ସାମିଲ ହୋଇ ପାରିବେ ।
ସେମାନଙ୍କ ନାଁ ଲିଙ୍ଗରାଜ ମନ୍ଦିରର କାର୍ଯ୍ୟନିବାହୀ ଅଧିକାରୀ, ବିଏମସିକୁ ପଠାଇବେ । ଏହି ଉତ୍ସବରେ ଶ୍ରଦ୍ଧାଳୁ କିମ୍ବା ସ୍ଥାନୀୟ ଲୋକ ମନ୍ଦିର ଭିତରକୁ ପ୍ରବେଶ କରିପାରିବେ ନାହିଁ ବୋଲି କହିଛି ବିଏମସି । ଭକ୍ତ ଓ ଶ୍ରଦ୍ଧାଳୁଙ୍କ ବିନା ପାଳନ ହେବ ଉତ୍ସବ । ସେହିପରି ଉତ୍ସବରେ ଟେଂଟ ଲଗା ଯାଇପାରିବ ନାହିଁ, ମାଇକ୍ ବାଜିବ ନାହିଁ କି ବାଣ ଫୁଟିବ ନାହିଁ ବୋଲି କହିଛି ବିଏମସି । ଉତ୍ସବ ପୂର୍ବରୁ ଓ ପରେ ଭଲ ଭାବେ ମନ୍ଦିର ପରିସରକୁ ସାନିଟାଇଜ୍ କରାଯିବ । ଯେଉଁ ୭ ଜଣ ସେବାୟତ ନୀତିକାନ୍ତି ପାଳନ କରିବେ, ସେମାନଙ୍କର କରୋନା ପରୀକ୍ଷା କରାଯିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/06/‘Sital-Sasthi-Yatra’-of-Lord-Lingaraj-to-be-conducted-May-27.jpg)