ଶୀତଦିନରେ ଚର୍ମ ରୋଗରୁ ମୁକ୍ତି ଦେବ ଅମୃତଭଣ୍ଡା !

120

ଆଗକୁ ଆସୁଛି ଶୀତଦିନ । ଶୀତ ପାଇଁ ଯେତିକି ଚିନ୍ତିତ ନୁୁହଁନ୍ତି,ସ୍ୱାସ୍ଥ୍ୟକୁ ନେଇ ଲୋକମାନେ ବେଶି ଚିନ୍ତିତ । ବିଶେଷକରି ନିଜ ଚର୍ମକୁ ନେଇ । ଶୀତଋତୁରେ ଥଣ୍ଡା ଜଳବାୟୁ ଯୋଗୁଁ ବିଭିନ୍ନ ପ୍ରକାରର ଚର୍ମରୋଗ ଦେଖା ଦେଇଥାଏ । ଡ୍ରାଏ ସ୍କିନ ଲୋକଙ୍କ ପାଇଁ ମୁଖ୍ୟ ସମସ୍ୟା ପାଲଟି ଥାଏ। ଡ୍ରାଏ ସ୍କିନ ପାଇଁ ଲୋକଙ୍କ ଚିନ୍ତା ବଢିଯାଇଥାଏ । ଏଥିପାଇଁ ଲୋକମାନେ ବିଭିନ୍ନ ପ୍ରକାର ମେଡିସିନ ବ୍ୟବହାର କରିଥାନ୍ତି । ଏହି ସମୟରେ ରୁପି ସମସ୍ୟାରେ ବି ଲୋକମାନେ ଅତିଷ୍ଠ ହୋଇପଡିଥାନ୍ତି । ତେବେ ଏଥିପାଇଁ ଆପଣ ଘରୋଇ ଉପଚାର କରିପାରିବେ । ଏହି ସମସ୍ୟାରୁ ମୁକ୍ତି ପାଇବାର ଏକ ମହୋଷଧୀ ହେଉଛି ଅମୃତଭଣ୍ଡା।

ଶୀତଦିନରେ ଡ୍ରାଏ ସ୍କିନ ପ୍ରଭାବରେ ମୁଖ୍ୟତଃ ତ୍ୱଚାରେ ଫଟା ଦାଗ ଦେଖିବାକୁ ମିଳିଥାଏ। ଚମରୁ ପରସ୍ତ ପରସ୍ତ ଉଠିଯାଏ । ଏହାସହ ତ୍ୱଚା କୁଣ୍ଡେଇ ହେବା ଯୋଗୁ କଷ୍ଟ ଅନୁଭବ କରିଥାନ୍ତି ଲୋକେ। ଏଥିରୁ ମୁକ୍ତି ପାଇବା ପାଇଁ ଲୋକମାନଙ୍କୁ ବହୁତ ଟଙ୍କା ଖର୍ଚ କରିବାକୁ ପଡିଥାଏ । ନାମୀ ଦାମି କମ୍ପାନୀର ଔଷଧ ବ୍ୟବହାର କରିବାକୁ ପଡିଥାଏ । ତେବେ ଅମୃତଭଣ୍ଡା ଦ୍ୱାରା କମ ଖର୍ଚ୍ଚରେ ଘରୋଇ ଉପଚାର ମାଧ୍ୟମରେ ଏହି ସମସ୍ୟାକୁ ଦୂର କରାଯାଇପାରିବ।

ମୁହଁ ଫାଟୁଥିଲେ ଉକ୍ତ ସ୍ଥାନରେ ପାଚିଲା ଅମୃତଭଣ୍ଡା ଲଗାଇ ୫ ମିନିଟ ପରେ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ ଦେଖିବେ ଆପଣ ପୂର୍ବଚମକ ଫେରିପାଇବେ । ଏଥିରେ ଥିବା ଏଏଚଏ(ଆଲ୍ଫା ହାଇଡ୍ରୋଅକ୍ସୀ ଏସିଡ୍) ଡ୍ରାଏ ସ୍କିନକୁ ଉଜ୍ଜଳ କରିବାରେ ସହାୟକ ହୋଇଥାଏ । ଶୁଷ୍କ ଚର୍ମର ଉପଚାର କରିବାକୁ ହେଲେ ଅମୃତଭଣ୍ଡାର କିଛି କଟା ଖଣ୍ଡ, ଦୁଗ୍ଧ କ୍ରିମ୍ କିମ୍ବା ମଲାଇକୁ ଫେଂଟି ବ୍ୟବହାର କଲେ ଉପକାର ମିଳେ। ତେବେ ଅମୃତଭଣ୍ଡାକୁ ପ୍ରତିଦିନ ବ୍ୟବହାର କରିବା ଅନୁଚିତ । କାରଣ ଏହାକୁ ପ୍ରତିଦିନ ଲଗାଇଲେ ତ୍ୱଚାର କ୍ଷତି ହୋଇଥାଏ ।

ମୁହଁରେ ଥିବା କଳା ଦାଗର ଉପଚାର ପାଇଁ ଅମୃତଭଣ୍ଡାର ରସକୁ ମଧ୍ୟ ବ୍ୟବହାର କରିପାରିବେ । ଅମୃତଭଣ୍ଡା ରସରେ ସମାନ ପାରିମାଣରେ କ୍ଷୀର ମିଶାଇ ମୁହଁରେ ଲଗାଇଲେ କଳାଦାଗ ଛାଡି ଯିବା ସହ ମୁହଁର ଗୋରାପଣ ବଢିଥାଏ । ପ୍ରତିଦିନ ଏହାକୁ ବ୍ୟବହାର କଲେ କଳାଦାଗ ହଟାଇ ହେବ । ଯଦି ଶରୀରରେ ଡିହାଇଡ୍ରେସନ ହୋଇଥାଏ, ତେବେ ମଧ୍ୟ ଅମୃତଭଣ୍ଡାକୁ ବ୍ୟବହାର କରିହେବ । ପାଚିଲା ଅମୃତଭଣ୍ଡା ସହ କିଛି ଡ୍ରପର ମହୁ ମିଶାଇ ଖାଇଲେ ଏହି ସମସ୍ୟାରୁ ଲାଘବ ପାଇପାରିବେ ।