ପରୀ ହତ୍ୟା ମାମଲାରେ ଏସଆଇଟିକୁ ଝଟକା: ବାଲ୍‌ ସୁଧାର ଗୃହ ଗଲା ଅଭିଯୁକ୍ତ; ଜୁଭେନାଇଲ୍‌ ଜଷ୍ଟିସ୍‌ ବୋର୍ଡକୁ ମାମଲା ସ୍ଥାନାନ୍ତର

Advertisment
ପରୀ ହତ୍ୟା ମାମଲାରେ ଏସଆଇଟିକୁ ଝଟକା: ବାଲ୍‌ ସୁଧାର ଗୃହ ଗଲା ଅଭିଯୁକ୍ତ; ଜୁଭେନାଇଲ୍‌ ଜଷ୍ଟିସ୍‌ ବୋର୍ଡକୁ ମାମଲା ସ୍ଥାନାନ୍ତର

କନକ ବ୍ୟୁରୋ: ପରୀ ମୃତ୍ୟୁ ମାମଲାରେ ଗିରଫ ନାବାଳକ ଅଭିଯୁକ୍ତକୁ ଅନୁଗୁଳ ବାଳ ସୁଧାରଗୃହକୁ ନିଆଯାଇଛି । ଗତକାଲି ମଧ୍ୟରାତ୍ରିରେ କଡା ସୁରକ୍ଷା ମଧ୍ୟରେ ଅଭିଯୁକ୍ତକୁ ଅଣାଯାଇଥିଲା । ପରୀ ହତ୍ୟା ମାମଲାରେ ଅଭିଯୁକ୍ତକୁ ନାବାଳକ ବୋଲି ଦର୍ଶାଇଥିଲେ କୋର୍ଟ । ଅଭିଯୁକ୍ତର ବୟସ ନେଇ ବିବାଦ ଭିତରେ ପକ୍ସୋ କୋର୍ଟ କହିଥିଲେ, ସ୍କୁଲ ଓ ଜନ୍ମ ପ୍ରମାଣପତ୍ର ଆଧାରରେ ସେ ଜଣେ ନାବାଳକ । କିନ୍ତୁ ଏନେଇ ଅଧିକ ଅନୁସନ୍ଧାନ କରିବେ ଜୁଭେନାଇଲ୍ ଜଷ୍ଟିସ୍ ବୋର୍ଡ । ପରୀ ହତ୍ୟା ମାମଲାରେ ନୟାଗଡ ଯଦୁପୁରର ଜଣେ ନାବାଳକକୁ ଗିରଫ କରିଛି ଏସଆଇଟି । ସେ ହିଁ ଘଟଣାର ମୁଖ୍ୟ ଅଭିଯୁକ୍ତ ବୋଲି ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା କହିସାରିଛନ୍ତି ।

ନୟାଗଡ଼ ପକ୍ସୋ କୋର୍ଟଙ୍କ ଏହି ରାୟ ଅଭିଯୁକ୍ତକୁ ସାବାଳକ ଭାବେ ଗିରଫ କରିଥିବା କ୍ରାଇମ୍‌ବ୍ରାଞ୍ଚ୍‌ ପୁଲିସର ସ୍ବତନ୍ତ୍ର ଅନୁସନ୍ଧାନକାରୀ ଦଳ(ଏସ୍‌ଆଇଟି) ବଡ଼ ଝଟ୍‌କ‌ା‌ ଦେଇଛି। ଅଭିଯୁକ୍ତର ଜନ୍ମ ପ୍ରମାଣପତ୍ର ଓ ମାଟ୍ରିକ ସାର୍ଟିଫିକେଟ୍‌ରୁ ତାଙ୍କ ଜନ୍ମ ତାରିଖ ୦୬/୦୨/ ୨୦୦୩ ବୋଲି ଏସ୍‌ଆଇଟି ଅବଗତ ଥିଲା। ‌ହେଲେ ଏସ୍‌ଆଇଟି ମୁଖ୍ୟ ଅଭିଯୁକ୍ତର ଓସିଫିକେସନ (ଯଦି ଜନ୍ମ , ଶିକ୍ଷାଗତ ପ୍ରମାଣପତ୍ର ନଥାଏ, ମେଡିକାଲ‌ରେ ଅଭିଯୁକ୍ତ ହାଡ଼ରୁ ତା’ର ବୟସ ଜାଣିବାକୁ ଏକ ପରୀକ୍ଷା) ଆ‌ଧାରରେ ତାକୁ ୧୮ ବର୍ଷରୁ ଅଧିକ ‌ବୋଲି କୋର୍ଟରେ ପ୍ରମାଣପତ୍ର ଦାଖଲ କରିଥିଲେ। ଏବଂ ତାଙ୍କୁ ହତ୍ୟା ଅଭିଯୁକ୍ତ ଭାବେ ଜେଲ୍‌ ପଠାଇ ଦେଇଥିଲେ। ଉଲ୍ଲେଖଯୋଗ୍ୟ ଯେ, ଅଭିଯୁକ୍ତକୁ ଡିସେମ୍ବର ୨୧ ତାରିଖରେ ଏସ୍‌ଆଇଟି ଗିରଫ କରିଥିଲା। ଏଥିସହିତ ତାକୁ ୩ ଦିନିଆ ରିମାଣ୍ଡ୍‌ରେ ନେଇ ଅଧିକ ପଚରାଉଚରା କରିଥିଲା।

ଅନ୍ୟପକ୍ଷରେ ଅଭିଯୁକ୍ତକୁ ଏସ୍‌ଆଇଟି କେଉଁ ଉଦ୍ଦେଶ୍ୟରେ ସାବାଳକ ସଜାଇଥିଲା‌, ତାକୁ ନେଇ ସାଧାରଣରେ ସନ୍ଦେହ ପ୍ରକାଶ ପାଇଛି। ଆଜି କୋର୍ଟଙ୍କ ଏହି ରାୟ ପରେ ନୟାଗଡ଼ ଜିଲ୍ଲା କଂଗ୍ରେସ କମିଟି ପୁଲିସ ତଥା ଏସ୍‌ଆଇଟି ତଦନ୍ତକୁ ନେଇ ପ୍ରଶ୍ନ ଉଠାଇଛି। ସଭାପତି ଆଇନଜୀବୀ ରଣଜିତ ଦାଶ କହିଛନ୍ତି, ଜଣେ ନାବାଳକକୁ କାହିଁକି ଏସ୍‌ଆଇଟି ସାବାଳକ ସଜାଇ ତଦନ୍ତକୁ ଦିଗହରା କରିଛି, ସେ ନେଇ ମୁଖ୍ୟମନ୍ତ୍ରୀ ଉତ୍ତର ରଖନ୍ତୁ। ଏସ୍‌ଆଇଟିର ଏଭଳି ଖାମ୍‌ଖିଆ‌ଲ ତଦନ୍ତ ଆଦୌ ଗ୍ରହଣଯୋଗ୍ୟ ନୁହେଁ ବୋଲି ଶ୍ରୀ ଦାଶ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe