ରିମାଣ୍ଡରେ ଯିବେ ଅଭୟ ପାଠକ । ୩ ଦିନିଆ ରିମାଣ୍ଡ ଅନୁମତି ଦେଲେ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ । ଆର୍ଥିକ କାରବାର ନେଇ ଘାଣ୍ଟିବ ଏସଆଇଟି ।

243

କନକ ବ୍ୟୁରୋ: ରିମାଣ୍ଡରେ ଯିବେ ଆଇଏଫଏସ ଅଭୟ ପାଠକ । ୩ ଦିନିଆ ରିମାଣ୍ଡ ପାଇଁ ଅନୁମତି ଦେଇଛନ୍ତି ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ । ଆର୍ଥିକ କାରବାର ନେଇ ଅଧିକ ପଚରାଉଚରା କରିବ ଏସଆଇଟି । ୩ ଦିନିଆ ରିମାଣ୍ଡରେ ନେବାକୁ ଏସଆଇଟି ଆବେଦନ କରିଥିଲା ।

ସେପଟେ ଅଭୟ ପାଠକଙ୍କ ଘରୁ ସିସିଟିଭି ଫୁଟେଜ ଜବତ ହୋଇଛି । କିଏ କିଏ ତାଙ୍କ ଘରକୁ ଯାଇଥିଲେ ସେ ନେଇ ଛାନଭିନ ଚାଲିଛି । ଆହୁରି ଫୁଟେଜ ଖୋଜା ଚାଲିଛି । ପାଠକ ଲିଙ୍କରେ ବ୍ରହ୍ମପୁରରେ ଏସଆଇଟି ଟିମ ଖୋଳତାଡ କରୁଛି । ୪ଟି ବ୍ୟାଙ୍କରେ ଯାଚଂ କରାଯାଉଛି । ଆଇସିଆଇସିଆଇ ପ୍ରୁଡେନସିଆଲ ଇନସୁରାନ୍ସ ସଂସ୍ଥା, ଦେନା ବ୍ୟାଙ୍କ, ଏସବିଆଇ ମେଡିକାଲ ବ୍ରାଂଚ ଓ ଆକ୍ସିସ ବ୍ୟାଙ୍କର ଆର୍ଥିକ କାରବାର ନେଇ ଖୋଳତାଡ଼ ଚାଲିଛି ।