ଲଖିମପୁର ହିଂସା: ଆଶିଷଙ୍କୁ ଏସଆଇଟିର ପ୍ରଶ୍ନବାଣ, ପଚାରିଲା ୧୦ ପ୍ରଶ୍ନ

131

କନକ ବ୍ୟୁରୋ: ଲଖିମପୁର ହିଂସାକାଣ୍ଡର ମୁଖ୍ୟ ଅଭିଯୁକ୍ତ କେନ୍ଦ୍ର ଗୃହ ରାଜ୍ୟ ମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ୍ ମିଶ୍ରଙ୍କ ହାତରେ ପଡିଛି ହାତକଡି । ଆଶିଷ ମିଶ୍ରଙ୍କୁ ୧୨ ଘଣ୍ଟା ଧରି ପଚରାଉଚରା ପରେ ଶେଷରେ ଗିରଫ କରାଯାଇଛି । ଜେରା ବେଳେ ଅନେକ ପ୍ରଶ୍ନ ପଚରା ଯାଇଥିଲା । ଏହା ମଧ୍ୟରୁ ଅନେକ ପ୍ରଶ୍ନର ସେ ଉତ୍ତର ଦେଇପାରିନଥିଲେ । ଯାହା ଫଳରେ ତାଙ୍କୁ ଗିରଫ କରାଯାଇଛି । ତେବେ ନଜର ପକାନ୍ତୁ ଆଶିଷ ମିଶ୍ରଙ୍କୁ କ’ଣ ପ୍ରଶ୍ନ ପଚାରିଥିଲା ଏସଆଇଟି?

ଏସଆଇଟିର ପ୍ରଶ୍ନ
(୧) କାର୍ଯ୍ୟକ୍ରମକୁ ଆସୁଥିବା ଭିଭିଆଇପିଙ୍କ ରୁଟ୍ ପରିବର୍ତ୍ତନ କରାଯାଇଛି । ଏନେଇ ଆପଣଙ୍କ ପାଖରେ ଖବର ଥିଲା କି?
ଆଶିଷ ମିଶ୍ରଙ୍କ ଉତ୍ତର
-ପ୍ରଥମେ ଯାଉଥିବା ଭିଭିଆଇପିଙ୍କ ରୁଟ୍ ସଂପର୍କରେ ତଥ୍ୟ ଥିଲା । ରୁଟ୍ ପରିବର୍ତ୍ତନ ନେଇ କିଛି ସମୟ ପୂର୍ବରୁ ଜଣାପଡ଼ିଥିଲା ।
ଏସଆଇଟିର ପ୍ରଶ୍ନ
(୨) ଯେତେବେଳେ ଘଟଣା ଘଟିଥିଲା, ସେତେବେଳେ ଆପଣ କେଉଁଠି ଥିଲେ?
ଆଶିଷ ମିଶ୍ରଙ୍କ ଉତ୍ତର
-ଯେଉଁ ସମୟରେ ଅଘଟଣ ଘଟିଥିଲା, ସେତେବେଳେ ମୁଁ କାର୍ଯ୍ୟକ୍ରମ ସ୍ଥଳରେ ଥିଲି । ଦଙ୍ଗଲର ଆୟୋଜନ କରୁଥିଲି । ଭିଭିଆଇପିଙ୍କ ଆସିବାକୁ ଅପେକ୍ଷା କରିଥିଲି ।
ଏସଆଇଟିର ପ୍ରଶ୍ନ
(୩) ଅପରାହ୍ନ ୨ଟା ୩୬ରୁ ୩ଟା ୩୦ ମଧ୍ୟରେ କେଉଁଠି ଥିଲେ?
ଆଶିଷ ମିଶ୍ରଙ୍କ ଉତ୍ତର
() ଏହି ସମୟରେ କାର୍ଯ୍ୟକ୍ରମ ସ୍ଥଳରେ ଉପସ୍ଥିତ ଥିଲି, କେଉଁଆଡେ ଯାଇନଥିଲି ।
ଏସଆଇଟିର ପ୍ରଶ୍ନ
(୪) ଲୋକେ କହୁଛନ୍ତି ଆପଣ ସେହି ସମୟରେ କାର୍ଯ୍ୟକ୍ରମରେ ନଥିଲେ?
ଆଶିଷ ମିଶ୍ରଙ୍କ ଉତ୍ତର
-ନାଁ, ମୁଁ କାର୍ଯ୍ୟକ୍ରମ ସ୍ଥଳରେ ହିଁ ଥିଲି । ବେଳେବେଳେ କିଛି ସୟମ ପାଇଁ ନିକଟରେ ଥିବା ଏକ ରାଇସ୍ ମିଲ ପର୍ଯ୍ୟନ୍ତ ଯାଉଥିଲି ପୁଣି ପଳାଇ ଆସୁଥିଲି ।
ଏସଆଇଟିର ପ୍ରଶ୍ନ
(୫) ଯେଉଁ ଜିପକୁ ଜାଳି ଦିଆଯାଇଛି, ତାକୁ କିଏ ଚଲାଉଥିଲେ? ସେଥିରେ କିଏ କିଏ ବସିଥିଲେ? ପଛରେ ଆସୁଥିବା ଫର୍ଚୁନର କାହାର ଥିଲା?
ଆଶିଷ ମିଶ୍ରଙ୍କ ଉତର
-ଜିପ୍ ମୋର ଥିଲା । ଆମ ଡ୍ରାଇଭର ହରିଓମ୍ ମିଶ୍ର ଚଲାଉ ଥିଲା । ଫର୍ଚୁନର ଗାଡି ବିଜେପି କାର୍ଯ୍ୟକର୍ତା ଅଙ୍କିତ ଦାସଙ୍କର । ଘଟଣା ପରଠୁ ସେ ମୋ ଯୋଗାଯୋଗରେ ନାହାନ୍ତି ।
ଏସଆଇଟିର ପ୍ରଶ୍ନ
(୬) ତିନିଟି ଗାଡିରୁ ଆପଣ କେଉଁ ଗାଡିରେ ଥିଲେ?
ଆଶିଷ ମିଶ୍ରଙ୍କ ଉତ୍ତର
-ମୁଁ ପୂର୍ବରୁ କହି ସାରିଛି କି ମୁଁ କାର୍ଯ୍ୟକ୍ରମ ସ୍ଥଳରେ ଥିଲି । ମୁଁ କାର୍ଯ୍ୟକ୍ରମ ଛାଡି କେଉଁଆଡେ ଯାଇନାହିଁ ।
ଏସଆଇଟିର ପ୍ରଶ୍ନ
(୭) ପ୍ରଦର୍ଶନକାରୀ କହୁଛନ୍ତି ଜିପ୍ ଆପଣ ଚଲାଉଥିଲେ?
ଆଶିଷ ମିଶ୍ରଙ୍କ ଉତ୍ତର
-ନାଁ, ଜିପରେ ମୁଁ ନଥିଲି । ମୁଁ କୌଣସି ଗାଡିରେ ନଥିଲି । ଭିଭିଆଇପିଙ୍କୁ ଆଣିବା ପାଇଁ ମୁଁ ଗାଡିକୁ ପଠାଇଥିଲି ।
ଏସଆଇଟିର ପ୍ରଶ୍ନ
(୮) ଯଦି ଘଟଣାସ୍ଥଳରେ ନଥିଲେ ତେବେ ମାମଲା ରୁଜୁ ପରେ କାହିଁକି ଫେରାର ହୋଇଯାଇଥିଲେ? ଗତ ୪୮ ମଧ୍ୟରେ କେଉଁଠି କେଉଁଠି ଥିଲେ?
ଆଶିଷ ମିଶ୍ରଙ୍କ ଉତ୍ତର
-ମୁଁ ଫେରାର ହୋଇନଥିଲି, ମୁଁ ଜିଲ୍ଲାରେ ହିଁ ଥିଲି । ମୁଁ ମୋ ଗାଁ ବଲବୀରପୁରରେ ହିଁ ଥିଲି । ଦେହ ଖରାପ ଥିବାରୁ ବିଶ୍ରାମ ନେଉଥିଲି ।
ଏସଆଇଟିର ପ୍ରଶ୍ନ
(୯) କାର୍ଯ୍ୟକ୍ରମସ୍ଥଳ ପାଖରେ ଥିବା ନେଇ କୌଣସି ପ୍ରମାଣ କାହିଁକି ନାହିଁ?
ଆଶିଷ ମିଶ୍ରଙ୍କ ଉତ୍ତର
-ମୋତେ ଜଣାନଥିଲା କି ହିଂସାରେ ମୋ ନାଁ ଆସିବ । ପୂରା କାର୍ଯ୍ୟକ୍ରମର ଭିଡିଓ ଯାହା ମୋତେ ମିଳିଛି, ମୁଁ ଆପଣଙ୍କୁ ଦେଇଛି ।
ଏସଆଇଟିର ପ୍ରଶ୍ନ
(୧୦) ଗାଡିରୁ ଜବତ ହୋଇଥିବା ଗୁଳିଗୋଳା କାହାର?
ଆଶିଷ ମିଶ୍ରଙ୍କ ଉତର
-ଗାଡିରେ ଗଲାବେଳେ ନିଜର ସୁରକ୍ଷା ପାଇଁ ରଖିଥାଏ ।
ଆଶିଷଙ୍କୁ ଏମିତି ଗୁଡେଇ ତୁଡେଇ ପ୍ରଶ୍ନ କରିବା ପରେ ଶେଷରେ ଗିରଫ କରାଯାଇଛି ।