କନକ ବ୍ୟୁରୋ: ଖଲ୍ଲିକୋଟ ଥାନା ଶ୍ରୀକୃଷ୍ଣଶରଣପୁର ଗାଁରେ ଘଟିଥିବା ରାଜନୈତିକ ହଂସା ଓ ହତ୍ୟା ଘଟଣାରେ ଏସ୍ଆଇଟିର ତଦନ୍ତ । ଆଇପିଏସ୍ ଆରକେ ଶର୍ମାଙ୍କୁ ଖଲ୍ଲିକୋଟ ଦାୟିତ୍ୱ ଦିଆଯାଇଛି । ଗତକାଲି ସେ ଖଲ୍ଲିକୋଟ ଥାନାକୁ ଯାଇ ତଦନ୍ତ କରିଥିଲେ । ଦକ୍ଷିଣାଞ୍ଚଳ ଆଇଜି ଜୟରାମ ପଙ୍କଜ ମଧ୍ୟ ଖଲ୍ଲିକୋଟ ଥାନାକୁ ଯାଇଥିଲେ । ଆଜି ଏସଆଇଟି ମୁଖ୍ୟ ଖଲ୍ଲିକୋଟ ଯିବେ । ଆଜିଠାରୁ ଘଟଣାର ବିଧିବଦ୍ଧ ତଦନ୍ତ ଆରମ୍ଭ କରାଯିବ ।
ଏସଆଇଟି ମୁଖ୍ୟ ମୃତକଙ୍କ ପରିବାରକୁ ଭେଟିବା ସହ ଥାନାକୁ ଯାଇ ତଦନ୍ତ କରିବେ । ଆଜିଠାରୁ ୨୧ ତାରିଖ ଯାଏଁ ଖଲ୍ଲିକୋଟରେ କ୍ୟାମ୍ପ କରିବେ ଆର.କେ ଶର୍ମା । ପୁରା ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବେ । ୩୦ ଦିନ ଭିତରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)
/kanak/media/post_attachments/wp-content/uploads/2024/05/9-16.jpg)