ମହିଳା ସାମ୍ବାଦିକଙ୍କୁ ଅଶାଳୀନ ବ୍ୟବହାର ଦେଖାଇଲେ ଉବର୍ ଡ୍ରାଇଭର ! ସୋସିଆଲ୍ ମିଡିଆରେ ଦୁଃଖ ପ୍ରକାଶ କଲେ ସାମ୍ବାଦିକା ।

ମହିଳା ସାମ୍ବାଦିକଙ୍କୁ ଅଶାଳୀନ ବ୍ୟବହାର ଦେଖାଇଲେ ଉବର୍ ଡ୍ରାଇଭର ! ସୋସିଆଲ୍ ମିଡିଆରେ ଦୁଃଖ ପ୍ରକାଶ କଲେ ସାମ୍ବାଦିକା ।

Indiatimes.com

ରାଜଧାନୀ ନୂଆଦିଲ୍ଲୀରେ ଜନୈକା ମହିଳା ସାମ୍ବାଦିକା ତାଙ୍କ ସ୍ୱାମୀଙ୍କ ସହ ଏକ ଉବର୍ କ୍ୟାବରେ ଯାତ୍ରା କରୁଥିବା କାଳରେ ସଂପୃକ୍ତ କ୍ୟାବର ଡ୍ରାଇଭର ତାଙ୍କ ସହ ଅଶାଳୀନ ଆଚରଣ ପ୍ରଦର୍ଶନ କରିଥିବା ଅଭିଯୋଗ ହୋଇଛି। କ୍ୟାବ ଡ୍ରାଇଭରଙ୍କ ଦ୍ୱାରା ଅଶାଳୀନ ଓ ଅଭଦ୍ରୋଚିତ ଆଚରଣର ଶିକାର ହେବା ପରେ ସଂପୃକ୍ତା ମହିଳା ସାମ୍ବାଦିକା ଜଣକ ଘଟଣା ସଂପର୍କରେ ଟୁଇଟ୍ କରି ଉବର କର୍ତ୍ତୃପକ୍ଷଙ୍କୁ ଜଣାଇବା ପରେ ଏହି ଘଟଣାକୁ ନେଇ ଆଲୋଡ଼ନ ସୃଷ୍ଟି ହୋଇଛି। ଅପର ପକ୍ଷରେ ଉବର କର୍ତ୍ତୃପକ୍ଷ ଡ୍ରାଭରଙ୍କର ଏପ୍ରକାରର ଆଚରଣ ପାଇଁ ଦୁଃଖ ପ୍ରକାଶ କରିବା ସହ ଘଟଣା ସଂପର୍କରେ ତଦନ୍ତ ଆରମ୍ଭ କରିଥିବା କହିଛନ୍ତି।

publive-image

ହସ୍ତଗତ ହୋଇଥିବା ଘଟଣାର ରିପୋର୍ଟରୁ ପ୍ରକାଶ ମହିଳା ସାମ୍ବାଦିକା ଅମ୍ରିତା ଦାସ ତାଙ୍କ ସ୍ୱାମୀଙ୍କ ସହ ଏକ ଉବର କ୍ୟାବରେ ଯାତ୍ରା କରୁଥିବା ବେଳେ ଗାଡ଼ିର ଏସି ଚଳାଇବା ପାଇଁ ଡ୍ରାଇଭରଙ୍କୁ କହିଥିଲେ। ହେଲେ, ଉବର ଡ୍ରାଇଭର ଜଣକ ଏସି ଚଳାଇବାକୁ ମନା କରିଦେବା ସହ କହିଥିଲେ, ‘ଯଦି ଏତେ ଗରମ ହେଉଛିଟ୍ଟ ଆସ ମୋ କୋଳରେ ବସିବଟ୍ଟ’।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe