କଳାଟଙ୍କାର ଖୋଳତାଡ : ଆଜି କଟକରେ ଏସଆଇଟି ବୈଠକ

14

କନକ ବ୍ୟୁରୋ : କଳା ଟଙ୍କା ତଦନ୍ତ ପାଇଁ ଗଠିତ ଏସଆଇଟି ଉପାଧ୍ୟକ୍ଷ ଜଷ୍ଟିସ ଅରଜିତ ପଶାୟତଙ୍କ ଅଧ୍ୟକ୍ଷତାରେ ଆଜି ଏସଆଇଟି ଓଡିଶା ସଂପର୍କିତ ବୈଠକ ବସିବ । ଏଥିରେ ଧଳ ସାମନ୍ତ ଦୁଇ ଭାଇଙ୍କ ଅର୍ଥନୈତିକ କାରବାର, ସମ ହସ୍ପିଟାଲ, ସୁର ଓ ସାରଥୀଙ୍କ ବେଆଇ ଆର୍ଥିକ କାରବାର ସଂପର୍କରେ ଆଲୋଚନା ହେବ ।

ସେହିପରି ଅନ୍ୟ ଚିଟଫଣ୍ଡ ସଂସ୍ଥା ତଦନ୍ତ ପ୍ରସଙ୍ଗରେ ସମୀକ୍ଷା ହେବ । ବୈଠକରେ ସିବିଆଇ, କ୍ରାଇମବ୍ରାଂଚ, ସେଂଟ୍ରାଲ, ଏକ୍ସାଇଜ୍  ଓ ଅନ୍ୟ ଅର୍ଥନୈତିକ ତଦନ୍ତକାରୀ ସଂସ୍ଥାର ଅଧିକାରୀ ଯୋଗ ଦେବେ ।

ଏହା ସହ ଦେଖନ୍ତୁ ଏହି ଭିଡିଓ –