ପାସୱାର୍ଡ ପକା ମୋବାଇଲରେ ଲୁଚି ରହିଛି କି ପରୀ ମୃତ୍ୟୁର ପୂରା କାହାଣୀ? କାହିଁକି ଜଣେ ଛାତ୍ରଙ୍କୁ ଜେରା କରୁଛି ଏସଆଇଟି, କଣ ରହିଛି ଗୁଢ ରହସ୍ୟ?  

Advertisment
ପାସୱାର୍ଡ ପକା ମୋବାଇଲରେ ଲୁଚି ରହିଛି କି ପରୀ ମୃତ୍ୟୁର ପୂରା କାହାଣୀ? କାହିଁକି ଜଣେ ଛାତ୍ରଙ୍କୁ ଜେରା କରୁଛି ଏସଆଇଟି, କଣ ରହିଛି ଗୁଢ ରହସ୍ୟ?  

କନକ ବ୍ୟୁରୋ : ମୃତ ପରୀର ଘର ନିକଟରେ ଥିବା ଜଣେ କଲେଜ ଛାତ୍ରଙ୍କ ଉପରେ ଏସଆଇଟିର ତଦନ୍ତ କେନ୍ଦ୍ରୀଭୁତ ହୋଇଛି । ଯାଞ୍ଚକାରୀ ସଂସ୍ଥା ବାରମ୍ବାର ତାଙ୍କ ଘରେ ପହଂଚି ରେଡ କରିବା ଫଳରେ ଏହି ସନ୍ଦେହ କରାଯାଉଛି । ବଡ କଥା ହେଉଛି, ସଂପୃକ୍ତ ଛାତ୍ରଙ୍କ ଶୋଇବା ଶେଜ ଓ ପିନ୍ଧା ପୋଷାକ ଜବତ କରାଯାଇଛି । କିଛି ଦିନ ତଳେ ଏହି ଯୁବକଙ୍କ ମୋବାଇଲ ଫୋନକୁ ସିଜ୍ କରିଥିଲା ଏସଆଇଟି । ସନ୍ଦେହ କରାଯାଉଛି, ପାସୱାର୍ଡ ପକା ଏହି ମୋବାଇଲର ପରୀ ମୃତ୍ୟୁ ସହିତ କିଛି ସଂପର୍କ ଥାଇପାରେ । ସେପଟେ ଗାଁର ୧୫ରୁ ୩୫ ବର୍ଷ ଯୁବକଙ୍କ ରକ୍ତ ନମୁନା ସଂଗ୍ରହ ପ୍ରକ୍ରିୟା ଚାଲିଛି । ଏହି କ୍ରମରେ କେରଳ ଚାଲି ଯାଇଥିବା ୪ ଜଣ ଯୁବକଙ୍କୁ ମଧ୍ୟ ଡକା ଯାଇଛି ।

ପରୀ ମୃତ୍ୟୁର ଛାନଭିନ କରୁଥିବା ସ୍ପେଶାଲ ଇନଭେଷ୍ଟି ଗେସନ ଟିମ୍- ଏସଆଇଟିର ତଦନ୍ତ ଏବେ ଜଣେ ଯୁବକଙ୍କ ଉପରେ କେନ୍ଦ୍ରୀଭୂତ ହୋଇଛି । ଯଦୁପୁର ଗାଁର ଏହି ବିଜ୍ଞାନ ଛାତ୍ରଙ୍କଠାରୁ ଜବତ ମୋବାଇଲ ଫୋନ ଆଗାମୀ ଛାନଭିନ ପାଇଁ ବାଟ କଢାଇ ନେଉଥିବା ସନ୍ଦେହ । ଏଭଳି ସନ୍ଦେହ ସେତିକିବେଳେ ଘନୀଭୁତ ହେଉଛି, ଯେତେବେଳେ ମୃତ ପରୀର ଘର ନିକଟରେ ଥିବା ଏହି ଯୁବକଙ୍କ ଘରେ ବାରମ୍ବାର ଛାପା ମାରୁଛି ଏସଆଇଟି ଟିମ୍ ।

ମିଳିଥିବା ସୂଚନା ଅନୁସାରେ ପୁଣି ଏହି ଯୁବକଙ୍କ ଘରେ ପହଂଚି ଏସଆଇଟି ତାଙ୍କ ଶୋଇବା ଶେଜ, ତକିଆ ଏପରିକି ପିନ୍ଧା ପୋଷାକ ସିଜ କରି ସାଙ୍ଗରେ ନେଇଯାଇଛି । ଗତ ୨ ତାରିଖରେ ଯୁବକଙ୍କ ଠାରୁ ଏକ ମୋବାଇଲ ଫୋନକୁ ଜବତ କରିଥିଲା ତଦନ୍ତକାରୀ ସଂସ୍ଥା । ହେଲେ ମୋବାଇଲର ଏକ ନିର୍ଦ୍ଦିିଷ୍ଟ ଫୋଲଡର ଖୋଲୁନଥିବାରୁ ୨ ଦିନ ତଳେ ଯୁବକଙ୍କ ଠାରୁ ପାସୱାର୍ଡ ବାବଦରେ ପଚରା ଉଚରା କରିବାକୁ ପହଂଚିଥିଲେ ଖୋଦ ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା । ହେଲେ ଯୁବକ ଜଣକ ଏ ସଂପର୍କରେ ଜାଣିନଥିବା କହିଥିଲେ । ଯାହାକୁ ନେଇ ଏସଆଇଟି ମୁଖ୍ୟ ବିରକ୍ତି ପ୍ରକାଶ କରିବା ସହ ମୋବାଇଲଟିକୁ ପୁଣି ସାଙ୍ଗରେ ନେଇଯାଇଥିବା ଜଣାପଡିଥିଲା । ଆଜି ପୁଣି ସେହି ଯୁବକଙ୍କ ଘରେ ପହଂଚି ବିଛଣା, ପୋଷାକ ଏପରିକି ଅନ୍ତଃବସ୍ତ୍ର ସାଙ୍ଗରେ ନେଇଯାଇଛି ଏସଆଇଟି । ଯାହା ତଦନ୍ତକୁ ଏକ ନିର୍ଣ୍ଣାୟକ ଦିଗ ଦେଇପାରେ ବୋଲି ଅନୁମାନ କରାଯାଉଛି । ଏହାବାଦ

ପରୀ ମୃତ୍ୟୁ ଓ ଏସଆଇଟି ତଦନ୍ତ

- ଯଦୁପୁର ଗାଁର ମୋଟ୍ ୨୧୦ ପରିବାରକୁ ନେଇ ଏକ ପ୍ରୋଫାଇଲ ଡାଟାବେସ ତିଆରି ହେଉଛି

- ୧୫ରୁ ୩୦ ବର୍ଷ ବୟସ୍କ ୯୯ ଜଣଙ୍କ ରକ୍ତ ନମୂନା ସଂଗ୍ରହ କରିସାରିଲାଣି ଏସଆଇଟି ଟିମ୍

- କେଉଁମାନେ ବାହାରକୁ ଯାଇଛନ୍ତି କିମ୍ବା ବାହାରୁ ଆସିଛନ୍ତି ସେମାନଙ୍କ ତଥ୍ୟ ସଂଗ୍ରହ ହେଉଛି

- ଲକଡାଉନ ପରେ ଗାଁରୁ ବାହାରକୁ ଯାଇଥିବା ଯୁବକଙ୍କ ରକ୍ତ ନମୂନା ସଂଗ୍ରହ ପାଇଁ ଡକାଯାଇଛି

- ଆସନ୍ତାକାଲି କେରଳରୁ ଆସି ପହଂଚିବା ପାଇଁ ଗାଁର ୪ ଜଣ ଯୁବକଙ୍କୁ କୁହାଯାଇଛି

ଗୋଟିଏ ପଟେ ନିର୍ଦ୍ଦିଷ୍ଟ ବୟସର ଯୁବକମାନଙ୍କ ତଥ୍ୟ ସଂଗ୍ରହ କରି ପ୍ରୋଫାଇଲ ଡାଟାବେସ ପ୍ରସ୍ତୁତ କରୁଛି ଯାଂଚକାରୀ ଦଳ । ଅନ୍ୟପଟେ ଜଣେ କଲେଜ ଛାତ୍ରଙ୍କ ଘରେ ପହଂଚି ବାରମ୍ବାର ଛାନଭିନ କରୁଛି । ତେଣୁ ପରୀ ମୃତ୍ୟୁ ସହ ଏହି ଯୁବକଙ୍କ କଣ ସଂପୃକ୍ତି ରହିଛି ସେନେଇ ସନ୍ଦେହ ଘନୀଭୂତ ହେବାରେ ଲାଗିଛି । କୁହାଯାଉଛି ପରୀ ନିଖୋଜ ହେବା ପୂର୍ବରୁ ଏହି ଯୁବକଙ୍କ ନିକଟକୁ ଜାମୁକୋଳି ଖାଇବାକୁ ଯାଇଥିଲେ । ତେଣୁ ଏହି ପୁରା ମାମଲାରେ ଯୁବକଙ୍କ କଣ ସଂପୃକ୍ତି ରହିଛି ଏବଂ ସେହି ପାସୱାର୍ଡ ପକା ମୋବାଇଲରେ କଣ ଅଛି ତାହା ହିଁ ରହସ୍ୟମୟ ହୋଇ ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe