ହାଥରସ୍ ଗଣଦୁଷ୍କର୍ମ ମାମଲାରେ ଏସଆଇଟିର ଜୋରଦାର ତଦନ୍ତ । ପଚରାଉଚରା ପାଇଁ ୪୦ ଜଣ ଗ୍ରାମବାସୀଙ୍କୁ ନୋଟିସ୍ । ପୀଡିତାଙ୍କ ଘର ପାଖରେ ଲାଗିଲା ସିସିଟିଭି । ଗାଁରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କଲେ ପୁଲିସ୍ ଡିଆଇଜି ।

94

କନକ ବ୍ୟୁରୋ : ହାଥରସ୍ ଗଣଦୁଷ୍କର୍ମ ମାମଲାରେ ଏସଆଇଟି ତଦନ୍ତକୁ ଜୋରଦାର କରିଛି । ପୀଡ଼ିତାଙ୍କ ଗାଁକୁ ଯାଇ ଗାଁଲୋକଙ୍କୁ ପଚରାଉଚରା କରିଛି ଏସଆଇଟି । ଏହାସହ ଅଧିକ ପଚରାଉଚରା ପାଇଁ ଗାଁର ୪୦ ଜଣଙ୍କୁ ନୋଟିସ୍ ପଠାଯାଇଛି । ଘଟଣାଦିନ କ’ଣ ଘଟିଥିଲା, ପୀଡ଼ିତାଙ୍କ ଅନ୍ତେଷ୍ଟିକ୍ରିୟା ଓ ଘଟଣାସ୍ଥଳରେ କେଉଁକେଉଁ ମାନେ ଉପସ୍ଥିତ ଥିଲେ? ଏନେଇ ଗାଁ ଲୋକଙ୍କୁ ପଚରାଉଚରା ହେଉଛି । ସେପଟେ ୟୁପି ପୁଲିସ୍ ଡିଆଇଜି ପୀଡ଼ିତାଙ୍କ ଗାଁରେ ପହଂଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ।

ୟୁପିର ହାଥର ଜିଲ୍ଲାରେ ଗତ କିଛିଦିନ ତଳେ ଜଣେ ନାବାଳିକାକୁ କିଛି ଦୁର୍ବୃତ୍ତ ଗଣଦୁଷ୍କର୍ମ କରିବା ପରେ ଜିଭ କାଟିଦେଇଥିଲେ ଓ ମେରୁଦଣ୍ଡ ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଥିଲା । ପରେ ନାବାଳିକା ଜଣକଙ୍କ ମୃତ୍ୟୁ ହୋଇଥିଲା । ଏହାକୁ ନେଇ ଦେଶରେ ବେଶ ରାଜନୀତି ଦେଖିବାକୁ ମିଳିଥିଲା ।

ଅନ୍ୟପକ୍ଷରେ ନାବାଳିକାକୁ ନ୍ୟାୟ ଦେବା ପାଇଁ ହାଥରସ ଯାଇ ପରିବାର ଲୋକଙ୍କୁ ଭେଟିଥିଲେ ରାହୁଲ ଗାନ୍ଧୀ । ସେପଟେ ଜେଲରେ ଥାଇ ପୀଡିତାଙ୍କ ପରିବାର ହିଁ ନାବାଳିକାର ହତ୍ୟାକାରୀ ବୋଲି ଅଭିଯୋଗ କରିଛନ୍ତି ଅଭିଯୁକ୍ତମାନେ ।