କନକ ବ୍ୟୁରୋ : ହାଥରସ୍ ଗଣଦୁଷ୍କର୍ମ ମାମଲାରେ ଏସଆଇଟି ତଦନ୍ତକୁ ଜୋରଦାର କରିଛି । ପୀଡ଼ିତାଙ୍କ ଗାଁକୁ ଯାଇ ଗାଁଲୋକଙ୍କୁ ପଚରାଉଚରା କରିଛି ଏସଆଇଟି । ଏହାସହ ଅଧିକ ପଚରାଉଚରା ପାଇଁ ଗାଁର ୪୦ ଜଣଙ୍କୁ ନୋଟିସ୍ ପଠାଯାଇଛି । ଘଟଣାଦିନ କ’ଣ ଘଟିଥିଲା, ପୀଡ଼ିତାଙ୍କ ଅନ୍ତେଷ୍ଟିକ୍ରିୟା ଓ ଘଟଣାସ୍ଥଳରେ କେଉଁକେଉଁ ମାନେ ଉପସ୍ଥିତ ଥିଲେ? ଏନେଇ ଗାଁ ଲୋକଙ୍କୁ ପଚରାଉଚରା ହେଉଛି । ସେପଟେ ୟୁପି ପୁଲିସ୍ ଡିଆଇଜି ପୀଡ଼ିତାଙ୍କ ଗାଁରେ ପହଂଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ।
ୟୁପିର ହାଥର ଜିଲ୍ଲାରେ ଗତ କିଛିଦିନ ତଳେ ଜଣେ ନାବାଳିକାକୁ କିଛି ଦୁର୍ବୃତ୍ତ ଗଣଦୁଷ୍କର୍ମ କରିବା ପରେ ଜିଭ କାଟିଦେଇଥିଲେ ଓ ମେରୁଦଣ୍ଡ ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଥିଲା । ପରେ ନାବାଳିକା ଜଣକଙ୍କ ମୃତ୍ୟୁ ହୋଇଥିଲା । ଏହାକୁ ନେଇ ଦେଶରେ ବେଶ ରାଜନୀତି ଦେଖିବାକୁ ମିଳିଥିଲା ।
ଅନ୍ୟପକ୍ଷରେ ନାବାଳିକାକୁ ନ୍ୟାୟ ଦେବା ପାଇଁ ହାଥରସ ଯାଇ ପରିବାର ଲୋକଙ୍କୁ ଭେଟିଥିଲେ ରାହୁଲ ଗାନ୍ଧୀ । ସେପଟେ ଜେଲରେ ଥାଇ ପୀଡିତାଙ୍କ ପରିବାର ହିଁ ନାବାଳିକାର ହତ୍ୟାକାରୀ ବୋଲି ଅଭିଯୋଗ କରିଛନ୍ତି ଅଭିଯୁକ୍ତମାନେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/10/vlcsnap-2020-10-09-22h16m39s220.png)