କନକ ବ୍ୟୁରୋ : ନୟାଗଡ କୋର୍ଟରେ ପରୀ ମୃତ୍ୟୁ ମାମଲାରେ ଦାଖଲ ହୋଇଛି ଚାର୍ଜସିଟ୍ । ୯ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଛି ଏସଆଇଟି । ପରୀର ଫ୍ରକରୁ ପୁରୁଷଙ୍କ ସିମେନ ମିଳିଥିବା ଚାର୍ଜସିଟରେ ଉଲ୍ଲେଖ ରହିଛି । ମୋବାଇଲରେ ଅଶ୍ଲୀଳ ଭିଡିଓ ଦେଖିବା ପରେ ଅପରାଧ ଘଟାଇଥିଲା ଅଭିଯୁକ୍ତ । ଅଭିଯୁକ୍ତର ସ୍ୱୀକାରୋକ୍ତି ଅଡିଓ ଭିଜୁଆଲ ମୋଡରେ ରେକର୍ଡ ହୋଇଥିବା ଜଣାପଡିଛି ।
ପେନ ଡ୍ରାଇଭ ଜରିଆରେ ଏହା କୋର୍ଟରେ ଦାଖଲ ହୋଇଛି । ଅଭିଯୁକ୍ତ ଘରକୁ ନାବାଳିକା ଯିବା ଦୃଶ୍ୟ ଦେଖିଥିବା ଜଣେ ସାକ୍ଷୀ ଅଛନ୍ତି । ଶେଷଥର ପାଇଁ ନାବାଳିକାକୁ ଜୀବିତ ଅବସ୍ଥାରେ ସେହି ବ୍ୟକ୍ତି ଦେଖିଥିଲେ । ନାବାଳକ ଅଖା ନେଇ ବାହାରୁଥିବା ଦୃଶ୍ୟ ଦେଖିଥିବା ବ୍ୟକ୍ତି ସାକ୍ଷୀ ଥିବା ଚାର୍ଜସିଟରେ ଦାଖଲ ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/02/2-20.jpg)