ପରୀ ମୃତ୍ୟୁ ମାମଲା : ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରାଙ୍କ ସୂଚନା; କହିଲେ, ଦୁଇ ସପ୍ତାହ ଭିତରେ ଖୋଜିବେ ଖିଅ

161

କନକ ବ୍ୟୁରୋ : ଡ଼ିଜିପି କ୍ୟାମ୍ପରେ ପରୀ ମୃତ୍ୟୁ ମାମଲାକୁ ନେଇ ବସିଥିଲା ଗୁରୁତ୍ୱପୁର୍ଣ୍ଣ ବୈଠକ । ବୈଠକ ପରେ ଏସଆଇଟିର ମୁଖ୍ୟ ଅରୁଣ ବୋଥ୍ରା କହିଛନ୍ତି ଯେ, ପରୀ ମୃତ୍ୟୁ ମାମଲାରେ ତଦନ୍ତକୁ ୪ ଦିନ ବିତିଛି । ଦୁଇ ସପ୍ତାହ ତଦନ୍ତ ଭିତରେ ସବୁ ସ୍ପଷ୍ଟ ହେବ ବୋଲି କହିଛନ୍ତି । ରାଜ୍ୟ ସରକାର ଓ ଡିଜି ତଦନ୍ତ ପାଇଁ ତାଙ୍କୁ ଦାୟିତ୍ୱ ଦେଇଛନ୍ତି । ଲୋକଙ୍କର ତାଙ୍କ ଉପରେ ଭରସା ଥିବା ଏସଆଇଟି ମୁଖ୍ୟ କହିଛନ୍ତି । ପରୀ ହତ୍ୟାକାରୀକୁ ଖୋଜୁଛି ଏସଆଇଟି । ପରୀକୁ ହତ୍ୟାକାରୀକୁ ଧରିବା ପାଇଁ ତଦନ୍ତକୁ ଜୋରଦାର କରିଛି ତଦନ୍ତକାରୀ ଟିମ୍ ।

ସୂଚନା ଅନୁସାରେ, ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରାଙ୍କ ନେତୃତ୍ୱରେ ଘଟଣାର ବିଭିନ୍ନ ଦିଗ ଉପରେ ଚାଲିଛି ଯାଂଚ । ଗତକାଲି ପରୀ ମୃତ୍ୟୁର ଅଭିଯୁକ୍ତ କୁହାଯାଉଥିବା ବାବୁଲି ନାୟକଙ୍କ ଘରେ ଚଢ଼ାଉ କରିଥିଲେ ଏସଆଇଟି ଟିମ୍ । ବାବୁଲି ନାୟକଙ୍କ ୩ ମହଲା ଘରର ସମସ୍ତ କୋଠରୀକୁ ଯାଂଚ କରିଥିଲେ ଟିମ୍ । ଉଭୟ ବାବୁଲି ଓ ତାଙ୍କ ପୁଅଙ୍କୁ ପ୍ରାୟ ଏକ ଘଂଟା ଧରି ଜେରା କରିଥିଲେ ଏସଆଇଟି । ବାବୁଲି ଓ ତାଙ୍କ ଡ଼୍ରାଇଭରଙ୍କ ମାଲିକାନାରେ ଥିବା ଗାଡ଼ିଗୁଡ଼ିକର ସବିଶେଷ ତଥ୍ୟ ସଂଗ୍ରହ କରିଥିଲା ଟିମ୍ । ପରେ ତାଙ୍କ ଡ଼୍ରାଇଭର ବିଜୟ ବେହେରାଙ୍କୁ ମଧ୍ୟ ଇଟାମାଟି ଠାରେ ଥିବା ଘରୁ ଉଠାଇ ନେଇଥିଲା ପୋଲିସ ।