ଯଦୁପୁରରେ ଏସଆଇଟି ମୁଖ୍ୟ: ପରୀ ମାମଲାରେ ଗତକାଲି ପୋଖରୀରୁ ଲେଗିଂନ୍ସ ମିଳିବା ପରେ ଆଜି ଘଟଣାସ୍ଥଳରେ ପହଂଚିଛନ୍ତି ଅରୁଣ ବୋଥ୍ରା

ପୋଖରୀ ପାଖରେ ଓଡ୍ରାଫ ଓ ଏସଆଇଟି ଟମଙ୍କ ସହ ଆଲୋଚନା । ସ୍କୁବା ଡ୍ରାଇଭ ସହାୟତାରେ ଚାଲିଛି ଖୋଜାଖୋଜି

160

କନକ ବ୍ୟୁରୋ: ନୟାଗଡ ଯଦୁପୁରରେ ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା । ପୋଖରୀ ନିକଟରେ ଓଡ୍ରାଫ ଓ ଏସଆଇଟି ସଦସ୍ୟଙ୍କ ସହ ଆଲୋଚନା କରିଛନ୍ତି ବୋଥ୍ରା । ଅଧିକ ପ୍ରମାଣ ପାଇଁ ପୋଖରୀ ଭିତରେ ଓଡ୍ରାଫ ଟିମ ଯାଂଚ କରୁଛନ୍ତି । ସ୍କୁବା ଡାଇଭର ସାହାର୍ଯ୍ୟରେ ଖୋଜା ଚାଲିଛି । ଗତକାଲି ପୋଖରୀରୁ ଜଳ ନିଷ୍କାସନ ପରେ ଏକ ଲେଗିଂନ୍ସ ପ୍ୟାଂଟ ମିଳିଥିଲା । ତେବେ ତାହା ପରୀର କି ନୁହେଁ ତାହା ଜାଣିବା ପାଇଁ ପରୀକ୍ଷାଗାରକୁ ପଠାଇଦିଆଯାଇଛି ।

ଦିନ ତମାମ ମଟର ଲଗାଇ ପାଣି ଶୁଖାଯାଇଥିଲା ପୋଖରୀ । ଏହା ପରେ ରାତିରେ ଓଡ୍ରାଫ ଟିମ ପହଚିଂ ପାଣି ଭିତରେ ଖୋଜାଖୋଜି ପରେ ଲେଗିଂନ୍ସ ପ୍ୟାଂଟ ପାଇଥିଲେ । ସେପଟେ, ପରୀ ହତ୍ୟା ମାମଲାରେ ଅଭିଯୁକ୍ତକୁ ୩ ଦିନିଆ ରିମାଣ୍ଡରେ ନେଇ ପଚରାଉଚରା କରୁଛି ଏସଆଇଟି । ପରୀକୁ କିଭଳି ଓ କେଉଁ ପରିସ୍ଥିତିରେ, କଣ ପାଇଁ ହତ୍ୟା କରାଯାଇଥିଲା ତାର ଗୁମର ଖୋଲିଥିଲେ ଅରୁଣ ବୋଥ୍ରା ।