ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରାଙ୍କ ଖୁଲାସା : ଏସଆଇଟି ବିଷୟରେ ଗୁଗୁଲରେ ସର୍ଚ୍ଚ କରିଥିଲା ଅଭିଯୁକ୍ତ ସରୋଜ 

ଏସଆଇଟି ଗଠନ ପରେ ମୋବାଇଲରୁ ହିଷ୍ଟ୍ରି ଡିଲିଟ କରିଥିଲା ଅଭିଯୁକ୍ତ; ସେପଟେ, ଯଦୁପୁରରେ ଡ଼େମୋ ଦେଖାଇଲା ମୁଖ୍ୟ ଅଭିଯୁକ୍ତ ସରୋଜ ସେଠୀ; କେମିତି ଘଟାଇଥିଲା ଘଟଣା, ଏସଆଇଟି ଆଗରେ ହତ୍ୟା ସିନର କଲା ରିକ୍ରିଏସନ୍

5,081

କନକ ବ୍ୟୁରୋ : ଆଜି ଏସଆଇଟି କରିଛି ବଡ ଖୁଲାସା । ‘ପରୀ’ ହତ୍ୟାକାଣ୍ଡକୁ ନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା । ସରୋଜ ଜେରା ବେଳେ କେତେ ବେଳେ ରାଗି ଯାଉଥିବା କହିଛନ୍ତି ଅରୁଣ ବୋଥ୍ରା । ଏହାସହିତ ପରୀ ହତ୍ୟାର ତଦନ୍ତ ନେଇ ଏସଆଇଟି ଗଠନ ପରେ, ହତ୍ୟାକାରୀ ସରୋଜ ତାର ମୋବାଇଲରେ ଏସଆଇଟି ନେଇ ଗୁଗୁଲରେ କରିଥିଲା ସର୍ଚ୍ଚ ଓ ପରେ ସର୍ଚ୍ଚ ହିଷ୍ଟ୍ରିରୁ ଏହାକୁ ଡିଲିଟ୍ କରିଦେଇଥିଲା । ସେପଟେ ପୁରା ହତ୍ୟା ଘଟଣାର ସିନ୍ ରି କ୍ରିଏସନ୍ ପରେ ବି ସରୋଜ ପରୀକୁ ହତ୍ୟା କରିଥିବା କଥାକୁ ଗ୍ରହଣ କରିପାରୁନାହାନ୍ତି ପରିବାର ଲୋକ । ପୁରା ଘଟଣାକୁ ମିଥ୍ୟା ବୋଲି ଏବେ ବି ସରୋଜର ପରିବାର ଲୋକ କହୁଛନ୍ତି ।

ଆଜି ଏସଆଇଟି ଟିମ୍ କୁ ଡେମୋ ଦେଖାଇଛି ନାବାଳିକା ପରୀ ହତ୍ୟାକାରୀ ସରୋଜ ସେଠୀ । ଆଜି ସେଥିପାଇଁ ଯଦୁପୁରକୁ ସରୋଜ କୁ ନେଇ ଯାଇଥିଲା ଏସଆଇଟି ଟିମ୍ । ଏହି ସମୟରେ ଏସଆଇଟି ଟିମ୍ , ଆଗରେ ନିଜ ଘରେ , କପରି ପରୀକୁ ହତ୍ୟା କଲା , ପୁରି ମର୍ଡର ସିନ୍ ରି କ୍ରିଏଟ୍ କରିଛି ସରୋଜ ସେଠୀ । ପରୀ ହତ୍ୟା ଦିନ କେମିତି ପରୀ ସହ ହତ୍ୟାକାଣ୍ଡ ଘଟାଇଥିଲା, କେଉଁ ସ୍ଥାନରେ ପରୀ ସହ ସେ ଘଟାଇଥିଲା ଏହି ଜଘନ୍ୟ କାଣ୍ଡ , କେମିତି କଲା ହତ୍ୟା , ହତ୍ୟା ପରେ କଣ କଣ କଲା ସବୁକୁ ଏସଆଇଟି ଟିମ୍ ଆଗରେ ଦେଖାଇଥିବା ସୂଚନା ଦେଇଛି ଏସଆଇଟି ।

ଏହା ସହିତ ଏସଆଇଟି ଟିମ୍ ଶବ ଫିଙ୍ଗା ଯାଇଥିବା ସ୍ଥାନକୁ ସରୋଜ ଯିବା ସହିତ କେମିତି ପୋଖରୀ ନିକଟ ବୁଦାରେ ଶବ ଫିଙ୍ଗିଥିଲା ତାହା ବି ଦେଖାଇଥିବା ଜଣାପଡିଛି । ଆଗରୁ ସରୋଜ ସେଠୀକୁ ହିଁ ପରୀର ହତ୍ୟାକାରୀ ବୋଲି ଏସଆଇଟି ଟିମ୍ ସ୍ପଷ୍ଟ କରିଥିଲା । ଆଜି ସରୋଜ ସେଠୀ ମର୍ଡର ସିନ୍ ଡେମୋ ଦେଖାଇଛି । ସମୟ ବଢିବା ସହିତ ତଦନ୍ତକାରୀ ଟିମ୍ ଏସଆଇଟି ହାତରେ ପରୀ ହତ୍ୟାକୁ ନେଇ ଗୋଟିଏ ପରେ ଗୋଟିଏ ତଥ୍ୟ ଲାଗୁଛି ।

ପୂର୍ବରୁ ପରୀର ହତ୍ୟା ପରେ ତା ଲେଗିଙ୍ଗସକୁ ସେ ଗାଁ ପୋଖରୀକୁ ଫିଙ୍ଗିଥିଲା । ଯାହାକୁ ଯଦୁପୁର ଗାଁ ପୋଖରୀ ଶୁଖାଇ ଉଦ୍ଧାର କରି ସାରିଛି ଏସଆଇଟି ଟିମ୍ । ତେବେ ପରୀକୁ ହତ୍ୟା ସମୟରେ ପରୀ ନାକରୁ ରକ୍ତ ବାହାରିଥିଲା , ଯାହାକୁ ସେ ଟାୱେଲରେ ପୋଛିଥିଲା । ତାହାକୁ ମଧ୍ୟ ଉଦ୍ଧାର କରି ସାରିଥିଲା ଏସଆଇଟି ଟିମ୍ । ଏହାକୁ ଅଧିକ ତଦନ୍ତ ପାଇଁ ପଠା ଯାଇଛି । ଆଉ ଏହାରି ଭିତରେ ସରୋଜ ଆଜି ଏସଆଇଟି ଟିମକୁ ଡେମୋ ଦେଖାଇଛି ।