କନକ ବ୍ୟୁରୋ: ଦୁର୍ନୀତିଗ୍ରସ୍ତ ବାବୁଙ୍କ ତାଲିକା ମାଗିଲା ଏସଆଇଟି । ଯେଉଁ ଯେଉଁ ବାବୁ ଦୁର୍ନୀତିରେ ସମ୍ପୃକ୍ତ ଅଛନ୍ତି ସେମାନଙ୍କ ତାଲିକା ଦେବାକୁ ଭିଜିଲାନ୍ସ ନିର୍ଦ୍ଦେଶକଙ୍କୁ ତଥ୍ୟ ମାଗିଛି ଏସଆଇଟି । ମିଳିଥିବା ସୂଚନା ମୁତାବକ, ୧୧ ଜଣ ବାବୁଙ୍କ ତଥ୍ୟ ମଗାଯାଇଛି । ତେବେ ଆସନ୍ତା ଅଗଷ୍ଟ ୨୮ ତାରିଖରେ କଟକରେ ଏସଆଇଟି ବୈଠକ ବସିବ । ଯେଉଁଥିରେ କି ଜଷ୍ଟିସ୍ ଅରିଜିତ୍ ପଶାୟତ ଅଧ୍ୟକ୍ଷତା କରିବେ । ତାଙ୍କ ଏସଆଇଟିର ଉପାଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି ।