କନକ ବ୍ୟୁରୋ : ଭାଇ-ଭଉଣୀର ଅତୁଟ ବନ୍ଧନର ପର୍ବ ରକ୍ଷାବନ୍ଧନ । ଯାହାକୁ ବେଶ ଉତ୍ସାହର ଅପେକ୍ଷା କରି ରହିଥାନ୍ତି ଭାଇ-ଭଉଣୀ ମାନେ । ଚଳିତଥର ରକ୍ଷାବନ୍ଧନ ଟିକିଏ ନିଆରା, କାରଣ ଦୀର୍ଘ ୨ ବର୍ଷ ହେବ କରୋନା କଟକଣା କାରଣରୁ ଏହି ରକ୍ଷାବନ୍ଧନ ଟିକିଏ ଫିକା ପଡିଥିଲା । କିନ୍ତୁ ଏଥର ଭାଇ-ଭଉଣୀ ମାନେ ମନଖୁସିରେ ପାଳିଛନ୍ତି ରକ୍ଷାବନ୍ଧନ । ତେବେ ଚଳିତଥର ରକ୍ଷାବନ୍ଧନର ଏମିତି ଗୋଟିଏ ଦୃଶ୍ୟ ସାମ୍ନାକୁ ଆସିଛି ଯାହା ଆପଣଙ୍କୁ ଭାବବିହ୍ୱଳ କରିଦେବ । କାରଣ ଜଣେ ଭଉଣୀ ଶହିଦ ଯବାନ ଭାଇଙ୍କ ହାତରେ ରାକ୍ଷୀ ବାନ୍ଧିଛନ୍ତି । ଯାହାର ଫଟୋ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି । ଏଭଳି ନିଆରା ଘଟଣା ରାଜସ୍ଥାନରେ ଦେଖିବାକୁ ମିଳିଛି ।
ବେଦାନ୍ତ ବିଡଲା ପ୍ରଥମେ ଏହି ଫଟୋ ସେୟାର କରିଥିଲେ । ଯାହା ପରବର୍ତ୍ତୀ ସମୟରେ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା । ଭଉଣୀ ଅତି ସ୍ନେହରେ ଯେଉଁ ପ୍ରତିମୂର୍ତ୍ତିଙ୍କ ହାତରେ ରାକ୍ଷୀ ବାନ୍ଧୁଥିଲେ ସେ ଥିଲେ ଶହୀଦ ଯବାନ ଗଣପତ ରାମ କଦବାସରା । ଯିଏ ଜମ୍ମୁ-କାଶ୍ମୀରରେ ଶତ୍ରୁଙ୍କ ସହ ଲଢି ଦେଶର ସୁରକ୍ଷା ପାଇଁ ନିଜର ଶହୀଦ ହୋଇଯାଇଥିଲେ । କିନ୍ତୁ ଏବେ ବି ରାମ କଦବାସଙ୍କୁ ଭୁଲିନାହାନ୍ତି ଭଉଣୀ । ପ୍ରତିଥର ରକ୍ଷାବନ୍ଧନ ଉତ୍ସବରେ ଶହୀଦ ଭାଇର ପ୍ରତିମୂର୍ତ୍ତିରେ ରାକ୍ଷୀ ବାନ୍ଧିଥାନ୍ତି ଭଉଣୀ । ୨୦୧୭ରେ ଶହୀଦ ହୋଇଥିଲେ
ବେଦାନ୍ତ ବିଡଲାଙ୍କର ଏହି ପୋଷ୍ଟକୁ ଅନେକ ଲୋକ ପ୍ରଂଶସା କରିଛନ୍ତି ଓ ଦେଶ ପାଇଁ ସର୍ବୋଚ୍ଚ ବଳିଦାନ ଦେଉଥିବା ଯବାନ ଓ ସେମାନଙ୍କ ପରିବାରକୁ ଧନ୍ୟବାଦ ଜଣାଇଛନ୍ତି । କେବଳ ରାମ କଦବାସରାଙ୍କ ଭଉଣୀ ନୁହେଁ ବରଂ ଶହୀଦ ବୀର ଯବାନ ଧର୍ମବୀର ସିଂ ଶେଖାୱତଙ୍କ ପ୍ରତିମୂର୍ତ୍ତିରେ ମଧ୍ୟ ରାକ୍ଷୀ ବାନ୍ଧିବାକୁ ତାଙ୍କ ଭଉଣୀ ଉଷା ଦୀର୍ଘ ୮୦୦ କିଲୋମିଟର ଦୂରତା ଅତିକ୍ରମ କରି ଫତେହପୁର ଆସିଥାନ୍ତି ।ଧର୍ମବୀର ସିଂ କାଶ୍ମୀରର ଲାଲ ଚୌକରେ ଡ୍ୟୁଟି କରୁଥିବା ବେଳେ ଆତଙ୍କବାଦୀ ଆକ୍ରମଣରେ ୨୦୦୫ରେ ଶହୀଦ ହୋଇଥିଲେ । ସେବେଠାରୁ ଭାଇଙ୍କ ପ୍ରତିମୂର୍ତ୍ତିରେ ରାକ୍ଷୀ ବାନ୍ଧି ଆସୁଛନ୍ତି ଭଉଣୀ ଉଷା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/08/sahaida_bhaai_raakhai-sixteen_nine.webp)