କରୋନା ଆକ୍ରାନ୍ତ ଚିହ୍ନଟ ପରେ ବନ୍ଦ ହେଲା କଟକ ଶିଶୁଭବନ ଆଉଟଡୋର : କରାଯାଉଛି ସାନିଟାଇଜ; ପରବର୍ତ୍ତୀ ନିର୍ଦ୍ଦେଶାନାମା ପର୍ଯ୍ୟନ୍ତ ଆଉଟଡୋର ବନ୍ଦ ନିର୍ଦ୍ଦେଶ

397

କନକ ବ୍ୟୁରୋ : କଟକରେ କରୋନା ଆକ୍ରାନ୍ତଙ୍କ ବୃଦ୍ଧି ପ୍ରଶାସନ ଚିନ୍ତା ବଢାଇଦେଇଛି । କଟକ ଶିଶୁଭବନରୁ ଜଣେ ପଜିଟିଭ ଚିହ୍ନଟ ପରେ ଆଉଟଡୋରକୁ ବନ୍ଦ କରିଦିଆଯାଇଛି । ପରବର୍ତ୍ତୀ ନିର୍ଦ୍ଦେଶନାମା ଯାଏଁ ଆଉଟଡୋର ବନ୍ଦ ରହିବ । ଗତକାଲି  କଟକ ଶିଶୁଭବନରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲା । ବନ୍ଦ ପରେ ଶିଶୁଭବନକୁ ବିଶୋଧନ କରାଯାଇଛି । ସେହିଭଳି କଟକ ବଡ ମେଡିକାଲରୁ ବି ଗତକାଲି ୧୧ ଜଣ ପଜଟିଭ ଚିହ୍ନଟ ହୋଇଛନ୍ତି । ଏହାସହ ଆଚାର୍ଯ୍ୟ ହରିହର କ୍ୟାନସର ହସପିଟାଲରୁ  ଶହେରୁ ଅଧିକ ପଜିଟିଭ ଚିହ୍ନଟ ହୋଇଛନ୍ତି । କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ  କଟକୁ ୮ ତାରିଖ ଯାଏଁ ସଟଡାଉନ କରାଯାଇଛି ।