ଡେରାଡୁନ୍ ମିଠା ଆଣିବାକୁ କହିଥିଲେ : ସିଦ୍ଧାର୍ଥଙ୍କୁ ଝୁରୁଛନ୍ତି ଗୌରୀ

279

କନକ ବ୍ୟୁରୋ: ପଂଚଭୂତରେ ଲୀନ ହୋଇଛନ୍ତି ଟେଲିଉଡର ଲୋକପ୍ରିୟ କଳାକାର ସିଦ୍ଧାର୍ଥ ଶୁକ୍ଳା । ମାତ୍ର ୪୦ ବର୍ଷ ବୟସରେ ସମସ୍ତଙ୍କୁ ଲୁହରେ ଭିଜେଇ ଦେଇ ଯାଇଛନ୍ତି ସିଦ୍ଧାର୍ଥ । ମୃତ୍ୟୁ ପାଇଁ କୌଣସି ନିର୍ଦ୍ଦିଷ୍ଟ ସମୟ ନଥିଲେ ବି ଏପରି ଅଚାନକ ଭାବେ ସମସ୍ତଙ୍କୁ ଛାଡି ଚାଲିଯିବା ଘଟଣାକୁ ସହଜରେ ଗ୍ରହଣ କରିପାରୁନାହାଁନ୍ତି ସହ କଳାକାର । ସେ ସଶରୀରେ ନାହାଁନ୍ତି ସତ ହେଲେ ସମସ୍ତଙ୍କ ମନରେ ଘର କରିସାରିଥିବା ସିଦ୍ଧାର୍ଥଙ୍କୁ ସମସ୍ତେ ଝୁରୁଛନ୍ତି । ସିଦ୍ଧାର୍ଥଙ୍କ ଅଭିନୀତ ସିରିଏଲ ‘ଦିଲ ସେ ଦିଲ ତକ୍’ର ସହ କଳାକାର ଗୌରୀ ଅଗ୍ରୱାଲ ମଧ୍ୟ ତାଙ୍କ ସହ ବିତାଇ ଥିବା ମୁହୂର୍ତ୍ତକୁ ଝୁରୁଛନ୍ତି ।

‘ଦିଲ ସେ ଦିଲ ତକ୍’ର ସହ କଳାକାର ଗୌରୀ ଅଗ୍ରୱାଲ । ଏଥିରେ ସିଦ୍ଧାର୍ଥ ସାନ ଭଉଣୀ ଭୂମିକାରେ ଥିଲେ ଗୌରୀ । ଅଭିନୟ କରୁକରୁ ଦୁହିଁଙ୍କ ମଧ୍ୟରେ ଭାଇ ଭଉଣୀର ଗୋଟିଏ ଦୃଢ ସମ୍ପର୍କ ହୋଇସାରିଥିଲା ।ଏହି ସିରିଏଲ ୪ବର୍ଷ ହେବ ଶେଷ ହୋଇସାରିଲାଣି । ହେଲେ ଦୁହିଁ ଙ୍କ ମଧ୍ୟରେ ଏଯାଏଁ ସମ୍ପର୍କ ଥିଲା । ଦୁହେଁ ସମୟ ମିଳିଲେ ଭେଟୁଥିଲେ । ସୁଖଦୁଃଖ ବାଣ୍ଟୁଥିଲେ । ବହୁତ ଦିନ ଧରି ଗୌରୀଙ୍କ ଫୋନ୍ ବନ୍ଦ ଥିଲା । ହେଲେ ସିଦ୍ଧାର୍ଥଙ୍କ ମୃତ୍ୟୁ ଖବର ଶୁଣି ଏହି କଥାକୁ ବିଶ୍ୱାସ କରିପାରିନଥିଲେ ସିଦ୍ଧାର୍ଥ ।

ସୁଟିଂ ସେଟରେ ଗୋଟିଏ ପରିବାର ଭଳି ସିଦ୍ଧାର୍ଥଙ୍କ ସହ ବିତାଇଥିବା ପ୍ରତି ମୁହୂର୍ତ୍ତକୁ ଝୁରୁଛନ୍ତି ଗୌରୀ । ଡେରାଡୁନରୁ ଖାସ୍ ମିଠା ଆଣିବାକୁ କହିଥିଲେ ସିଦ୍ଧାର୍ଥ । ଏଯାଏଁ ଗୌରୀ ତାଙ୍କ ପାଇଁ ମିଠା କିଣି ଘରେ ରଖିଛନ୍ତି । କୌଣସି କାରଣରୁ ସେ ସିଦ୍ଧାର୍ଥଙ୍କୁ ଭେଟିପାରିନଥିଲେ କି ମିଠା ମଧ୍ୟ ପଠାଇପାରିନଥିଲେ । ହେଲେ ମିଠା ଆଉ କିଏ ଖାଇବ? କାହା ପାଖକୁ ପଠାଇବେ ମିଠା? ଏହି କଥାକୁ ଗୁଣି ହେଉଛନ୍ତି ଗୌରୀ । ଫିଜିକାଲି ଫିଟ୍ ଥିବା ସିଦ୍ଧାର୍ଥଙ୍କ ଅଚାନକ ମୃତ୍ୟୁ ପରେ ନିଜ ଜୀବନ ପ୍ରତି ବି ସନ୍ଦିଗ୍ଧ ହୋଇପଡିଛନ୍ତି ଗୌରୀ ।