ଚର୍ଚ୍ଚାରେ ଜମ୍ମୁ-କାଶ୍ମୀରର କୁନି ଝିଅ ସିରତ ନାଜ । ଭିଡିଓ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିଜ ସ୍କୁଲର ଦୂରାବସ୍ଥା ସମ୍ପର୍କରେ ଦେଲେ ସୂଚନା ।

ଚର୍ଚ୍ଚାରେ ଜମ୍ମୁ-କାଶ୍ମୀରର କୁନି ଝିଅ ସିରତ ନାଜ । ଭିଡିଓ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିଜ ସ୍କୁଲର ଦୂରାବସ୍ଥା ସମ୍ପର୍କରେ ଦେଲେ ସୂଚନା ।

କନକ ବ୍ୟୁରୋ: ଜମ୍ମୁ-କାଶ୍ମରର ଏକ କୁନି ଝିଅର ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି । ଏଥିରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀକୁ ବଡ଼ ଅନୁରୋଧ କରିଛନ୍ତି । କୁନି ଝିଅଟିର ନାଁ ହେଉଛି ସିରତ ନାଜ । ସେ ଜମ୍ମୁର କଠୁଆ ଜିଲ୍ଲାର ଲୋହାଇ ମଲ୍ଲାର ଗାଁରେ ରୁହନ୍ତି । ଭିଡିଓରେ ଝିଅଟି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅନୁରୋଧ କରି କହିଛି, ଆପଣ ସମସ୍ତଙ୍କ କଥା ଶୁଣନ୍ତି । ଆଜି ମୋ କଥା ଟିକେ ଶୁଣନ୍ତୁ । କୁନି ଝିଅଟି ଲୋହାଇର ଏକ ସରକାରୀ ହାଇସ୍କୁଲରେ ପାଠ ପଢ଼ୁଛି । ସ୍କୁଲଟି ସମ୍ପୂର୍ଣ୍ଣ ଭାବେ ଧୁଳିରେ ପରିପୂର୍ଣ୍ଣ ଥିବାରୁ ସିରତ ଏହାକୁ ନେଇ ଦୁଃଖ ପ୍ରକାଶ କରିଛି ।

ସେ ସ୍କୁଲର ସ୍ଥିତିକୁ ନେଇ ଭିଡିଓରେ ଦର୍ଶାଇଛନ୍ତି । ଆଉ ମୋଦୀଙ୍କୁ ଅନୁରୋଧ କରିଛନ୍ତି ଯେ ସ୍କୁଲର ସ୍ଥିତି ବହୁତ ଖରାପ । ସ୍କୁଲରେ ବସିବା ପାଇଁ ଡେସ୍କ ନଥିବାରୁ ପିଲାମାନେ ତଳେ ବସି ପାଠପଢ଼ୁଛନ୍ତି ବୋଲି କୁନି ଝିଅଟି ଭିଡିଓରେ କହିଛି । ଏପରିକି ସ୍କୁଲର ଶୌଚାଳୟ ଅତି ଖରାପ ଥିବା ଦେଖିବାକୁ ମିଳିଛି । ସେଥିପାଇଁ ପିଲାମାନଙ୍କୁ ବାହାରେ ଶୌଚ କରିବାକୁ ପଡ଼ୁଛି ବୋଲି ସିରତ କହିଛି । ତେଣୁ ସ୍କୁଲର ସ୍ଥିତିରେ ସୁଧାର ଆସିବା ପାଇଁ କୁନି ଝିଅ ପ୍ରଧାନମନ୍ତ୍ରୀଙ୍କ ସହଯୋଗ ଲୋଡ଼ିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe