ମହମ୍ମଦ ସିରାଜଙ୍କ ଉପରକୁ ଇଂଲଣ୍ଡ ଦର୍ଶକ ଫିଙ୍ଗିଲେ ବଲ୍, ପଚାରିଲେ ଇଂଲଣ୍ଡର ସ୍କୋର କେତେ? ସିରାଜ କିଛି ଏମିତି ଢଙ୍ଗରେ ଦେଲେ ଉତ୍ତର, ଯାହାର ଭିଡ଼ିଓ ହେଉଛି ଭାଇରାଲ ।

Advertisment
ମହମ୍ମଦ ସିରାଜଙ୍କ ଉପରକୁ ଇଂଲଣ୍ଡ ଦର୍ଶକ ଫିଙ୍ଗିଲେ ବଲ୍, ପଚାରିଲେ ଇଂଲଣ୍ଡର ସ୍କୋର କେତେ? ସିରାଜ କିଛି ଏମିତି ଢଙ୍ଗରେ ଦେଲେ ଉତ୍ତର, ଯାହାର ଭିଡ଼ିଓ ହେଉଛି ଭାଇରାଲ ।

କନକ ବ୍ୟୁରୋ : ଭାରତ-ଇଂଲଣ୍ଡ ତୃତୀୟ ଟେଷ୍ଟରେ ଟିମ୍ ଇଣ୍ଡିଆ ମାତ୍ର ୭୮ ରନରେ ଅଲଆଉଟ ହେବା ଭାରତୀୟ ପ୍ରଂଶସକଙ୍କୁ ବେଶ ନିରାଶା କରିଛି । କିନ୍ତୁ ପଡିଆ ଭିତରେ ଇଂଲଣ୍ଡ ପ୍ରଂଶସକଙ୍କୁ ଭାରତୀୟ ବୋଲର ମହମ୍ମଦ ସିରାଜ ଯେଉଁଭଳି ଜବାବ ଦେଇଛନ୍ତି ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଯାହାର ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି । ପଡିଆ ଭିତରେ ସିରାଜଙ୍କ ଏଭଳି ଆଭିମୁଖ୍ୟ ବୋଧହୁଏ ପୂର୍ବରୁ କେହି କେବେ ଦେଖିନଥିବେ ।

ମ୍ୟାଚର ପ୍ରଥମ ଦିନର ଶେଷ ସେସନରେ ବାଉଣ୍ଡରୀ ଲାଇନରେ ଫିଲ୍ଡିଂ କରୁଥିଲେ ସିରାଜ । ସେହି ସମୟରେ ଦର୍ଶକଙ୍କ ଗହଣରୁ କେହି ସିରାଜଙ୍କ ଉପରକୁ ବଲ ଫିଙ୍ଗିବା ସହ ସ୍ଲେଜିଂ କରିବାକୁ ଚେଷ୍ଟା କରିଥିଲେ । ଗ୍ୟାଲେରୀରେ ବସିଥିବା ଦର୍ଶକ ସିରାଜଙ୍କୁ ଚିଡାଇବା ଉଦ୍ଦେଶ୍ୟରେ ଇଂଲଣ୍ଡର ସ୍କୋର କେତେ ହୋଇଛି ବୋଲି ପଚାରୁଥିଲେ । ଆଉ ଏହାର ପ୍ରତିଜବାବରେ ସିରାଜ ଯାହା କହିଥିଲେ ତାହା ଦେଖି ଭାରତୀୟ କ୍ରିକେଟପ୍ରେମୀ ବେଶ ଖୁସି ହୋଇଯାଇଥିଲେ । ଦର୍ଶକଙ୍କ ଆଡକୁ ଇସାରା କରି ସିରାଜ କହିଥିଲେ, ଏବେ ବି ଭାରତୀୟ ଟିମ୍ ସିରିଜରେ ୧-୦ରେ ଆଗରେ ରହିଛି । ଆଉ ଏହି ମୁହୂର୍ତ୍ତର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଜୋରଦାର ଭାଇରାଲ ହେଉଛି ।

ଏହି ଘଟଣାକୁ ନେଇ ଋିଷଭ ପନ୍ତ କହିଛନ୍ତି, ଇଂଲଣ୍ଡର ଦର୍ଶକ ଯେତେବେଳେ ସିରାଜଙ୍କ ଉପରକୁ ବଲ ଫିଙ୍ଗିବା ସହ ଖରାପ ବ୍ୟବହାର କରିଥିଲେ ସେତେବେଳେ ସେହି ବଲକୁ ଇଂଲଣ୍ଡ ଦର୍ଶକଙ୍କ ଉପରକୁ ପକାଇବାକୁ କହିଥିଲେ କୋହଲି । ଟସ୍ ଜିତି ଟିମ୍ ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରି ମାତ୍ର ୭୮ ରନରେ ଅଲଆଉଟ ହୋଇଥିବା ବେଳେ ଇଂଲଣ୍ଡ ଦଳ ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ବିନା ୱିକେଟରେ ୧୨୦ ରନ କରିବେ ସହ ୪୨ ରନରେ ପ୍ରଥମ ଇନିଂସରେ ଆଗୁଆ ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe