ପୋଲିସ୍ ବାବୁଙ୍କୁ ଶହେ ସଲାମ୍ : ବ୍ୟସ୍ତବହୁଳ ରାସ୍ତା ପାର୍ ହେବାକୁ ବୃଦ୍ଧାଙ୍କୁ ହେଉଥିଲା କଷ୍ଟ , କୋଳରେ ଉଠାଇ ରାସ୍ତା ପାର୍ କଲେ ପୋଲିସ୍ ବାବୁ ।

784

ବର୍ତ୍ତମାନ ସମୟରେ ଦେଶର ପରିସ୍ଥିତିକୁ ନଜରରେ ରଖି ପୋଲିସକର୍ମୀଙ୍କ ଉପରେ ଏଭଳି ଖବର ଆସୁଛି ଯାହା ତାଙ୍କ କାର୍ଯ୍ୟ କୁଶଳତା ଏବଂ ସମ୍ବେଦନଶୀଳତାକୁ ଦର୍ଶାଉଛି । ପ୍ରତିଦିନ ଖବରକାଗଜର ମୁଖ୍ୟ ପୃଷ୍ଠାରେ ଭ୍ରଷ୍ଟାଚାର ତଥା ନିଜେ ନିୟମ ନମାନିବାକୁ ନେଇ ପୋଲିସ୍ କର୍ମୀଙ୍କୁ ଟାର୍ଗେଟ୍ କରାଯାଉଛି । ଏହି ସବୁ ଭିତରେ କିଛି ଖାକି ପିନ୍ଧା ହିରୋ ସମସ୍ତଙ୍କ ମନକୁ ଜିିତିବାରେ ସଫଳ ହୋଇଛନ୍ତି ।

 

ମଙ୍ଗଳବାର ଲକ୍ଷ୍ନୌର ଗୋମତୀନଗର ବ୍ୟସ୍ତବହୁଳ ଜାତୀୟ ରାଜପଥ ଭିତରେ ଜଣେ ବୃଦ୍ଧାଙ୍କୁ ରାସ୍ତା ପାର୍ ହେବାକୁ କଷ୍ଟକର ହୋଇପଡୁଥିଲା । ସେତେବେଳେ ବ୍ୟାରିକେଡ୍ ରେ ଡ୍ୟୁଟି କରୁଥିବା ପୋଲିସ୍ କର୍ମୀ ଇସରାର୍ ଙ୍କ ନଜର ଉକ୍ତ ବୃଦ୍ଧାଙ୍କ ଉପରେ ପଡିଥିଲା । ସେ ଦୌଡି ଯାଇ ବୃଦ୍ଧାଙ୍କ ବ୍ୟାଗ୍ ନିଜେ ଧରିବା ସହ ତାଙ୍କୁ ଉଠାଇ ରାସ୍ତା ପାର୍ କରାଇଥିଲେ । ରାସ୍ତା ପାର୍ ହେବା ପରେ ବୃଦ୍ଧା ଜଣକ ପୋଲିସ୍ କର୍ମୀଙ୍କୁ ଧନ୍ୟବାଦ ଦେଇଥିବାର ମଧ୍ୟ ଦେଖାଯାଇଥିଲା ।