କନକ ବ୍ୟୁରୋ : ଇସ୍ରୋ ତରଫରୁ ସାଟେଲାଇଟ ମାଧ୍ୟମରେ ଜୋଶୀମଠର ସ୍ଥିତାବସ୍ଥା ନିରୀକ୍ଷଣ କରିଛି । ଏହି ନିରୀକ୍ଷଣରୁ ଯେଉଁ ତଥ୍ୟ ଆସିଛି ତାହା ଆପଣଙ୍କୁ ଚମକାଇ ଦେବ । ଇସ୍ରୋ ଫଟୋ ମୁତାବକ ସମ୍ପୂର୍ଣ୍ଣ ଜୋଶୀମଠ ଧ୍ୱଂସ ହେବାକୁ ଯାଉଛି । ଧଷିବାକୁ ଥିବା ଏହି ଅଞ୍ଚଳ ମଧ୍ୟରେ ରହିଛି ସେନାର ହେଲାପ୍ୟାଡ ଓ ନରସିଂହ ମନ୍ଦୀର ।

Advertisment

ହାଇଦ୍ରାବାଦରେ ଥିବା ଇସ୍ରୋର ନ୍ୟାସନାଲ ରିମୋଟିଂ ସୋର୍ସିଂ ସେଣ୍ଟର ଏହି ରିପୋର୍ଟ ଜାରି କରିବା ପରେ ଏବେ ଏହି ରିପୋର୍ଟ ଆଧାରରେ ଉତ୍ତରାଖଣ୍ଡ ସରକାର  ସେହି ଅଞ୍ଚଳର ଲୋକମାନଙ୍କୁ ସ୍ଥାନାନ୍ତର କରିବାକୁ ଚେଷ୍ଟା କରୁଛନ୍ତି । ରିପୋର୍ଟରେ କୁହାଯାଇଛି କି, ଗତ କିଛିଦିନ ମଧ୍ୟରେ ଜୋଶୀମଠ ଅଞ୍ଚଳରୁ ମାଟିଅତଡା ଖସିବାରେ ଲାଗିଛି । ଏହା ଫଳରେ ୭୦୦ରୁ ଅଧିକ ଘରେ ଫାଟ ଦେଖିବାକୁ ମିଳିଛି । ସଡକ, ମେଡିକାଲ ଓ ହୋଟେଲ ଘର ବି ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି ।

ରିପୋର୍ଟ ମୁତାବକ ଜୋଶୀମଠର ମଧ୍ୟଭାଗ ସବୁଠାରୁ ଅଧିକ ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି । ଏହି ମଧ୍ୟଭାଗରେ ଓଲି ରୋଡ ରହିଥିବାରୁ ଖୁବଶୀଘ୍ର ଓଲିରୋଡ ଧଷିପଡିବ ବୋଲି କୁହାଯାଇଛି । ଏହାସହ ମଠର ତଳଭାଗ ଅର୍ଥାତ ଅଳକାନନ୍ଦା ନଦୀର ଠିକ୍ ଉପରି ଭାଗ ମଧ୍ୟ ଭୂଷୁଡି ପଡିବ ।

ସୂଚନା ଥାଉକି ଜୋଶୀମଠ ଉତ୍ତରାଖଣ୍ଡର ଚମୋଲି ଜିଲ୍ଲାର ୬୧୫୦ ଫୁଟ ଉପରେ ଅବସ୍ଥିିତ । ଏହି ଅଞ୍ଚଳ ୨୦୧୩ ମସିହାରେ ଆସିଥିବା ପ୍ରାକୃତିକ ବିପର୍ଯ୍ୟୟ ବେଳେ ମଧ୍ୟ କ୍ଷତିଗ୍ରସ୍ତ ହୋଇଥିଲା  । ଏହି ଅଞ୍ଚଳ ଭୂକମ୍ପ ଠାରୁ ଭୂଷ୍କଳନ କ୍ଷେତ୍ରରେ ଅତି ସମ୍ବେଦନଶୀଳ ।